କୋଲକାତା, : ପ୍ରଖ୍ୟାତ ଲେଖିକା ‘ପଦ୍ମଶ୍ରୀ’ ନବନୀତା ଦେବ ସେନ୍ଙ୍କର ପରଲୋକ ଘଟିଛି। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କୋଲକାତା ସ୍ଥିତ ତାଙ୍କ ବାସଭବନରେ ନବନୀତା ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ନବନୀତା ୧୯୯୯ରେ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ ଏବଂ ୨୦୦୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। କବି ଦମ୍ପତି ନରେନ୍ଦ୍ର ଦେବ ଏବଂ ରାଧାରାଣୀ ଦେବୀଙ୍କ ଝିଅ ନବନୀତା ହେଉଛନ୍ତି ନୋବେଲ୍ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ଙ୍କର ପୂର୍ବ ପତ୍ନୀ। ୧୯୫୮ରେ ଅମର୍ତ୍ତ୍ୟ ସେନ୍ଙ୍କୁ ବିବାହ କରିଥିଲେ ନବନୀତା । ୧୯୭୬ ମସିହାରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା।
ପ୍ରଖ୍ୟାତ ଲେଖିକା ନବନୀତା ଦେବ ସେନ୍ଙ୍କ ପରଲୋକ
/sambad/media/post_attachments/wp-content/uploads/2019/11/Nabaneeta_Dev_Sen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)