ମୁହଁ ପାଇଁ ୩୦୦ ଟଙ୍କିଆ କ୍ରିମ ମଗାଇଥିଲେ, ଆମାଜନ ଦେଲା ୧୯ ହଜାର ଟଙ୍କାର ହେଡ଼ଫୋନ

ନୂଆଦିଲ୍ଲୀ: ସାରା ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅନଲକ-୧ ପର୍ଯ୍ୟାୟ ବର୍ତ୍ତମାନ ଜାରି ରହିଛି | ସଂକ୍ରମଣକୁ ଦେଖି ଲୋକ ଘରୁ ବାହାରକୁ ବାହାରୁନଥିବାବେଳେ ଅନଲାଇନରେ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି | ଆପଣ ପୂର୍ବରୁ ଶୁଣିଥିବେ ଯେ ଅନଲାଇନ୍ ସପିଂ ସମୟରେ ଅନେକ ଥର ତ୍ରୁଟିପୂର୍ଣ୍ଣ ସାମଗ୍ରୀ ଆସିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ କଥା କହିବୁ |

ମିଳିଥିବା ସୂଚନା ମୁତାବକ ଜୋସ୍ ସଫ୍ଟୱେୟାରର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୌତମ ରେଗେ ଅନଲାଇନ୍ ସପିଂ ୱେବସାଇଟ୍ ଆମାଜନରୁ ସ୍କିନ୍ ଲୋସନ ପାଇଁ ଅର୍ଡର ଦେଇଥିଲେ | ତେବେ କ୍ରିମ ବଦଳରେ ତାଙ୍କୁ ବୋସର ଏକ ହେଡଫୋନ୍ ଡେଲିଭରି ହୋଇଥିଲା | ପ୍ରକୃତରେ, ଗୌତମ ଆମାଜନରୁ ୩୦୦ ଟଙ୍କା ମୂଲ୍ୟର ସ୍କିନ୍ ଲୋସନ ଅର୍ଡର କରିଥିଲେ, କିନ୍ତୁ ହଠାତ୍ ସେ ୧୯ ହଜାର ଟଙ୍କା ମୂଲ୍ୟର ବୋସ ହେଡଫୋନ୍ ପାଇଥିଲେ |


ଯେତେବେଳେ ସେ ଏହାକୁ ଫେରାଇବା ପାଇଁ ଆମାଜନ କଷ୍ଟ୍ୟୁମର କେୟାର ସହିତ ଯୋଗାଯୋଗ କଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ଏହି ସାମଗ୍ରୀ ଫେରସ୍ତ ହୋଇପାରିବନାହିଁ କାଟାଗୋରିରେ ଆସୁଥିବାରୁ ଏହାକୁ ସେ ରଖିପାରିବେ |

ସମ୍ବନ୍ଧିତ ଖବର