ନାନ୍ଦୟାଲ୍‌: ଆଜିକାଲି ସୀମା-ସଚିନ ଓ ଅଞ୍ଜ-ଗୁଲ୍‌ଜାରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ନାନ୍ଦୟାଲ୍‌ ଜିଲ୍ଲାର ଜଣେ ମହିଳାଙ୍କ ପ୍ରେମ କାହାଣୀ। କିପରି ମହିଳା ଜଣକ ରଂଗ୍‌ ନମ୍ବରରୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କ ସହ ଘରସଂସାର ବି କରିଥିଲେ। ହେଲେ ସଂସାର କରିବାର ୧୦ ବର୍ଷ ପରେ ସାମ୍ନାକୁ ଆସିଥିଲା ସତ।

Advertisment

ଘଟଣାରୁ ପ୍ରକାଶ ଯେ ୨୦୧୦ ମସିହାରେ ଭାରତୀୟ ମହିଳା ଦୌଲତ ବିଙ୍କ ନିକଟକୁ ଏକ ରଂଗ୍‌ ନମ୍ବରରୁ କଲ୍‌ ଆସିଥିଲା। ଦୌଲତଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇ ସାରିଥାଏ। ଦୌଲ୍‌ତ କଲ୍‌ ଆସିବା ବେଳେ ରିସିଭ୍‌ କରିପାରିନଥିଲେ। କଲ୍‌ ବ୍ୟାକ୍‌ କଲା ବେଳେ ଗୁଲ୍‌ଜାର ନାମକ ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ସେ ଥିଲେ ଜଣେ ପାକିସ୍ତାନୀ। ଦୁହେଁ ଦୁହିଁଙ୍କ ସହ କଥା ହେବାକୁ ଲାଗିଲେ। ଧୀରେ ଧୀ‌ରେ ନିବଡ଼ତା ବଢ଼ିଲା ଓ ଭଭୟଙ୍କୁ ଉଭୟ ସହ ପ୍ରେମ ହୋଇଗଲା।

ତାପରେ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଗୁଲ୍‌ଜାର ଦୁବାଇ ଦେଇ ଭାରତ ପ୍ରବେଶ କରିଥିଲେ। ସେ ଏଠାକୁ ଆସିବା ପରେ ଦୌଲତ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ପରିବାର ଲୋକ ସେ ଦୁହିଁଙ୍କର ବିବାହ କରାଇଦେଲେ। ସେ ଦୁହିଁଙ୍କର ୪ ପିଲା ମଧ୍ୟ ଅଛନ୍ତି। ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ଗୁଲ୍‌ଜାର ଏଠାରେ ରହି ଭାରତୀୟ ଆଧାରକାର୍ଡ ବି ବନାଇ ଦେଇଥିଲେ।

ମାତ୍ର ୧୦ ବର୍ଷ ପରେ ଯେତେବେଳେ ସେ ପାକିସ୍ତାନ ଯିବାକୁ ବାହାରିଲେ ତ ତାଙ୍କ ସତ ସାମ୍ନାକୁ ଆସିଥିଲା। ସେ ନିଜ ସହ ପରିବାର ସବୁ ଲୋକଙ୍କର ପାସ୍‌ପୋର୍ଟ ବନାଇଥିଲେ। ପିକିସ୍ତାନ ଯିବାକୁ ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ପଚରାଉଚରା କରିବାକୁ ସେ ପାକିସ୍ତାନୀ ବୋଲି ଜଣାପଡ଼ିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି। ଅଦାଲତରେ ତାଙ୍କ ମାମଲା ଚାଲୁଥିବା ବେଳେ ଆଜି ତାଙ୍କ ମାମଲାର ଶୁଣାଣି ଅଛି।