ପ୍ରସବ ସମୟରେ କଟିଗଲା ଶିଶୁର ମୁଣ୍ଡ, ଗର୍ଭରେ ରହିଗଲା ଗଣ୍ଡି !

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ନବଜାତର ମୁଣ୍ଡ କଟିଯାଇଛି | ନବଜାତର ମୁଣ୍ଡଟି କଟିଯାଇ ଡାକ୍ତରଙ୍କ ହାତକୁ ଆସିଯାଇଥିବା ବେଳେ ଗଣ୍ଡିଟି ମା‘ର ପେଟରେ ହିଁ ରହିଯାଇଛି | ଏହି ଘଟଣାଟି ନାଗରକୁରନୁଲ ଜିଲ୍ଲାର ଅଛମପେଟ ହସ୍ପିଟାଲରେ ଘଟିଛି | କେବଳ ଏତିକି ନୁହେଁ, ଏହି ଘଟଣା ବାବଦରେ ମହିଳାଙ୍କ ପରିବାର ଲୋକଙ୍କୁ କିଛି ନ ଜଣାଇ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି | ଘଟଣା ବାବଦରେ ଜଣାପଡିବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ନାଗରକୁରନୁଲ ଜିଲ୍ଲାରେ ରହୁଥିବା ସ୍ଵାତୀ ନାମ୍ନୀ ମହିଳାଙ୍କ ସହ ଏହି ଦୁଃଖଦ ଘଟଣା ଘଟିଛି |

Tricity

ସ୍ଵାତୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧୮ ତାରିଖରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଅଛମପେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତିନିଜଣ ଡାକ୍ତର ସ୍ଵାତୀଙ୍କ ଅସ୍ତ୍ରୋପଚାର କରିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେଉଥିବା କହି ତୁରନ୍ତ ହାଇଦ୍ରାବାଦ ନେଇଯିବାକୁ ପରିବାର ଲୋକଙ୍କୁ କହିଥିଲେ | ଏହା ପରେ ସ୍ଵାତୀଙ୍କୁ ହାଇଦ୍ରାବାଦର ପେଟାଲବୁରଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏଠାରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା |

ଏହି ହସ୍ପିଟାଲର ଡାକ୍ତରମାନେ କହିଥିଲେ ଯେ ପୂର୍ବରୁ ନବଜାତର ମୁଣ୍ଡଟି କଟିଯାଇଥିଲା, ଏବେ କେବଳ ଗଣ୍ଡି ହିଁ ମା’ ଗର୍ଭରେ ରହିଛି | ଏଠାକାର ଡାକ୍ତରମାନେ ତୁରନ୍ତ ସ୍ଵାତୀଙ୍କ ଅପରେସନ କରାଇ ତାଙ୍କ ପେଟରୁ ଗଣ୍ଡିଟିକୁ କାଢିଥିଲେ, ଯାହାଦ୍ୱାରା ସ୍ଵାତୀଙ୍କ ଜୀବନ ବଞ୍ଚିଯାଇଥିଲା | ପରିବାର ପକ୍ଷରୁ ଅଛମପେଟର ଡାକ୍ତରଙ୍କ ବିରୋଧରେ ପୁଲିସ ପାଖରେ ଅଭିଯୋଗ କରାଯାଇଛି | ଏହି ମାମଲାରେ ଅପରେସନ କରିଥିବା ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ନାଗରକୁରନୁଲ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର