ସିଆର୍‌ପିଏଫ୍‌ ଯବାନଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପ୍ରିଜାଇଡିଂ ଅଫିସର୍‌ଙ୍କ ଜୀବନ, ମତଦାନ କେନ୍ଦ୍ରରେ ହୋଇଥିଲେ ଦୃଦ୍‌ଘାତର ଶିକାର

ବୁଚପୋରା: ଗୁୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କଶ୍ମୀରରେ ମତଦାନ ଚାଳିଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିବା କଶ୍ମୀର ନିର୍ବାଚନ ଅଧିକାରୀଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚା ପାଲଟିଛନ୍ତି ଜଣେ ସିଆର୍‌ପିଏଫ୍‌ ଯବାନ। ବୁଥ୍‌ ନମ୍ବର ୧୩ରେ ଥିବା ପ୍ରିଜାଇଡିଂ ଅଫିସର୍‌ ଆହାସାନ ଅଲ୍‌ ହକ୍‌ଙ୍କୁ ରାତି ପ୍ରାୟ ୯ଟା ସମୟରେ ଦୃଦ୍‌ଘାତ ହୋଇଥିଲା। ସେହି ସମାନ ବୁଥ୍‌ରେ ନିୟୋଜିତ ହୋଇ ଥିବା ସିଆର୍‌ପିଏଫ୍‌ ଯବାନ ସୁରିନ୍ଦର କୁମାର ତୁରନ୍ତ ତାଙ୍କ ଟିମ୍‌ର ଡାକ୍ତର ସୁନିମଙ୍କ ସହାୟତାରେ ଆହାସାନଙ୍କ ଜୀବନ ରକ୍ଷା କରିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଡକ୍ଟର ସୁନିମ୍‌ ସେଠାରେ ଉପସ୍ଥିତ ନଥିଲେ। ସିଆର୍‌ପିଏଫ୍‌ ଯବାନ ସୁରନ୍ଦର ଫୋନ୍‌ ଲାଇନ୍‌ରେ ରହି ତାଙ୍କଠାରୁ ଟିପ୍ସ ଗହଣ କରି ଆହାସାନଙ୍କ ଚିକିତ୍ସା କରିଥିଲେ। ଆମ୍ବୁଲାନନ୍ସ ଆସି ପହଞ୍ଚିବାକୁ ପ୍ରାୟ ୫୦ ମିନିଟ୍‌ ସମୟ ଲାଗିଥିଲା। ସେପର୍ଯ୍ୟନ୍ତ ସୁରନ୍ଦର ଆହାସାନଙ୍କୁ ସାମୟିକ ଚିକିତ୍ସା କରି ବଞ୍ଚାଇ ରଖିଥିଲେ।

ସୁରନ୍ଦରଙ୍କୁ ଫୋନ୍‌ ଲାଇନ୍‌ରେ ରହି ଡକ୍ଟର ସୁନିମ ପ୍ରିଜାଇଡିଂ ଅଫିସର୍‌ଙ୍କ ମୁହଁରେ ମୁହଁ ଲଗାଇ ନିଶ୍ୱାସ ଦେବାକୁ କହିଥିଲେ। ଡକ୍ଟରଙ୍କ କହିବା ମୁତାବକ ସେ ସବୁ କାମ କରି ଆହାସାନଙ୍କୁ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ।

ସମ୍ବନ୍ଧିତ ଖବର