ଶାହାଙ୍କ ବିମାନ ଉଡ଼ାଣ ଦାୟିତ୍ୱ ଦିଆଯିବାରୁ ଇସ୍ତଫା ଦେଲେ ଅଭିଜ୍ଞ ବିଏସ୍‌ଏଫ୍‌ ପାଇଲଟ୍‌

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ପାଇଲଟ୍‌ ଓ୍ଵିଙ୍ଗ୍‌ କମାଣ୍ଡର ଜେଏସ୍‌ ସଂଘଓ୍ଵାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନ ଉଡ଼ାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ସ୍ୱଇଚ୍ଛାପୂର୍ବକ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ମାତ୍ର ତାଙ୍କ ଉପରେ ଲାଗିଥିବା ଏକ ଅପରାଧିକ ମାମଲାରେ ବିଭାଗୀୟ ତଦନ୍ତ ଚାଲୁ ରହିଥିବା ହେତୁ ଏଯାବତ୍‌ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ।

ଜଣେ ବରିଷ୍ଠ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି ଯେ ‘ତାଙ୍କୁ ନେଇ ତଦନ୍ତ ଏବେ ବି ଚାଲୁ ରହିଛି ଯେହେତୁ ଏ ପରିସ୍ଥିତିରେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ପାରିବ ନାହିଁ।’ ଅଭିଯୁକ୍ତ ପାଇଲଟ୍‌ଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଉଚରା କରାଯାଇଛି।

Photo Credit: PTI

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଏସ୍‌ଏଫ୍‌ ପାଇଲଟ ଓ୍ଵିଙ୍ଗ୍‌ କମାଣ୍ଡର ଜେଏସ୍‌ ସଂଘଓ୍ଵାନ ହେଉଛନ୍ତି କାର୍ଗିଲ୍‌ ଯୁଦ୍ଧ ସମୟର ଅଭିଜ୍ଞ ବ୍ୟକ୍ତି। ତାଙ୍କର ୪ ହଜାର ଘଣ୍ଟାର ବିମାନ ଉଡ଼ାଣ ଅଭିଜ୍ଞତା ଅଛି। ଏତେ ଅଭିଜ୍ଞ ବ୍ୟକ୍ତି ହୋଇ ମଧ୍ୟ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାନଯାଇ ଶାହାଙ୍କ ବିମାନ ଉଡ଼ାଣ ଦାୟିତ୍ୱ ଦିଆଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର