୧୩ ବର୍ଷ ଧରି ଭଡ଼ାଘରର ବିଦ୍ୟୁତ ଦେୟ ଦେଇ ନଥିଲେ ଶିବରାଜ

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଦିଶାରେ ଦୀର୍ଘ ୧୩ ବର୍ଷ ଧରି‌ ଯେଉଁ ଭଡ଼ା ଘର ନେଇଥିଲେ ତାହାର ବିଦ୍ୟୁତ୍‌ ବିଲ୍‌ ସେ ଭରିନାହାନ୍ତି। ମଧ୍ୟପ୍ରଦେଶ ବିଜୁଳି ବିତରଣ କମ୍ପାନି ପକ୍ଷରୁ ଏନେଇ ଶିବରାଜ ସିଂହ ଚୌହାନଙ୍କୁ ଗତ ସପ୍ତାହରେ ୧,୨୨,୮୩୩ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦିଆଯାଇଥିଲା। ଆଜି କଂଗ୍ରେସ ଏହି ମାମଲାରେ କହିଛି ଯେ ଶିବରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ଅଫିସ୍‌କୁ ଅପମାନିତ କରିଥିବାରୁ ସେ ଲଜ୍ଜା ଅନୁଭବ କରିବା ଉଚିତ୍‌ ବୋଲି ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ଜିତୁ ପଟ୍‌ୱାରି କହିଛନ୍ତି। ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ଶିବରାଜ ଏବେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଏକଜୁଟ୍‌ କରି ଆନ୍ଦୋଳନ କରୁଛନ୍ତି।

ସମ୍ବନ୍ଧିତ ଖବର