ରାହୁଲଙ୍କ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ପୂର୍ବ ମନ୍ତ୍ରୀ ଆଗ୍ରହୀ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ହକି ଅଲମ୍ପିୟନ ଅସ୍‌ଲମ ଶେର୍‌ ଖାନ୍‌ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ହେବାକୁ ରାହୁଲଙ୍କୁ ପତ୍ର ଲେଖି ଆବେଦନ କରିଛନ୍ତି। ତାଙ୍କୁ ଦଳ ସଭାପତି ଭାବେ ୨ ବର୍ଷ ସୁଯୋଗ ମିଳିଲେ ସେ ଦଳକୁ ସୁଧାରି ପାରିବେ ଏବଂ ସାଂଗଠନିକ ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇ ପାରିବେ ବୋଲି କହିଛନ୍ତି। ସେ ଦଳକୁ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରିବାକୁ ଚାହୁଛନ୍ତି ଏବଂ ତାଙ୍କୁ ଏଥିପାଇଁ ଏହି ସୁଯୋଗ ମିଳିବା ଦରକାର ବୋଲି ଶେର୍‌ ଖାନ କହିଛନ୍ତି।

ସମ୍ବନ୍ଧିତ ଖବର