ନୂଆଦିଲ୍ଲୀ : ବିଜେପିର ଦୁଇଜଣ ମହିଳା ହେଭିୱେଟ୍ ସୁଷମା ସ୍ବରାଜ ଏବଂ ସୁମିତ୍ରା ମହାଜନ ସେମାନଙ୍କ ସାଂସଦ କ୍ୟାରିୟର ଶେଷ ହେବା ନେଇ ସୂଚନା ଦେଇଛନ୍ତି। ଗତକାଲି ସୁଷମା ସ୍ବରାଜ ଏକ୍ସ-ଏମ୍ପି କାର୍ଡ ପାଇଁ ଆବେଦନ କରିଥିବାବେଳେ ସୁମିତ୍ରା ମହାଜନ ତାଙ୍କ କାର୍ଡ ପାଇ ସାରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଏହି ୨ ମହିଳା ନେତ୍ରୀ ମଧ୍ୟ ରାଜ୍ୟସଭାକୁ ମନୋନୀତ ହେବାର ନାହିଁ। ସୁଷମା ସ୍ବରାଜ ଏବଂ ସୁମିତ୍ରା ମହାଜନ ଯଥାକ୍ରମେ ଷୋଡ଼ଶ ଲୋକସଭାରେ ବିଦିଶା ଏବଂ ଇନ୍ଦୋରରୁ ପ୍ରତିନିଧିତ୍ବ କରିଥିଲେ। ଉଭୟ ଏଥର ଲୋକସଭା ନିର୍ବାଚନ ଲଢ଼ିନାହାନ୍ତି।
ଏକ୍ସ-ଏମ୍ପି କାର୍ଡ ପାଇଁ ଆବେଦନ କଲେ ସୁଷମା, ସୁମିତ୍ରା ମହାଜନ
/sambad/media/post_attachments/wp-content/uploads/2019/06/31_05_2019-sumitra-mahajan-sushma-swa_19272192.jpg)