ଲାହୋର: ଲଗାତାର ୭ ଦିନ ଧରି ପାକିସ୍ତାନରେ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ର ବ୍ୟବହାର ଉପରେ କଟକଣା ଜାରି ରହିଛି | ଫେବୃଆରୀ ୧୭ ଠାରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ, ଯେଉଁ କାରଣରୁ ଲୋକମାନେ ସୂଚନା ବା ସେମାନଙ୍କ ମତାମତ ବାଣ୍ଟିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ନିଷେଧାଦେଶ ପଛର କାରଣ ଏପର୍ଯ୍ୟନ୍ତ ପାକିସ୍ତାନ ସରକାର ପ୍ରକାଶ କରିନାହାଁନ୍ତି। ପାକିସ୍ତାନର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଓମାର ସୈଫ ଏବଂ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (ପିଟିଏ) ମଧ୍ୟ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି।
ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନେ ସେମାନଙ୍କର ମତ ଏବଂ ସୂଚନା ବାଣ୍ଟିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫେବୃଆରୀ ୮ ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ପାକିସ୍ତାନର ଲୋକମାନେ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ସକ୍ଷମ ହୋଇପାରୁନାହାନ୍ତି । ପାକିସ୍ତାନର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଦିନ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଥିଲା ଯେପରି କୌଣସି ଆତଙ୍କବାଦୀ ଆକ୍ରମଣ ହୋଇପାରିବ ନାହିଁ। ତେବେ, ଏକ୍ସ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ପିଟିଏ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/dcddb437-f631-4c15-a8de-e5217abf9663.jpg)