ପୁଡ଼ୁଚେରୀ : ପୂର୍ବତନ ପୁଡ଼ୁଚେରୀ ମୂଖ୍ୟମନ୍ତ୍ରୀ ଏବଂ ଡିଏମ୍କେ ନେତା ଆରଭି ଜନକୀରମନ୍ ଆଜି ୭୯ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗବ୍ୟାଧୀ ହେତୁ ସେ ଏକ ଘରୋଇ ଡାକ୍ତରଖାନାରେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବାବେଳେ ଆଜି ଭୋର ୩ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜନକୀରମନ୍ଙ୍କ ମର ଶରୀର ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ଆମ୍ବୋର ସଲାଇ ସ୍ଥିତ ତାଙ୍କ ବାସଭବନରେ ରହିବ। ଆସନ୍ତାକାଲି ସକାଳ ୧୦ଟାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଜାନକୀରମନ୍ଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବ। ଶେଷକୃତ୍ୟରେ ସାମିଲ ହେବେ ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍, ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ଏବଂ ଅନ୍ୟାନ୍ୟ ବରିଷ୍ଠ ରାଜନେତା।
ପୂର୍ବତନ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଆରଭି ଜାନକୀରମନ୍ଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/06/download-33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)