ନୂଆଦିଲ୍ଲୀ: ରମେଶ ପୋଖରିୟାଲ ନିଶାଙ୍କ ଜଣେ ଶିକ୍ଷକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆରଏସଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ଅନୁବନ୍ଧିତ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ୍ରେ ରମେଶ ଜଣେ ଶିକ୍ଷକ ଥିଲେ। କିନ୍ତୁ ରମେଶ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏବେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ରମେଶଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦାୟିତ୍ବ ମିଳିଛି। ପ୍ରକାଶ ଜାଭଡ଼େକରଙ୍କ ସ୍ଥାନ ନେଇଥିବା ରମେଶ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ୧୯୯୦ରେ ଅବିଭାଜିତ ଉତ୍ତରପ୍ରଦେଶରେ ବିଜେପି ପାଇଁ କର୍ନପ୍ରୟାଗରୁ ନିର୍ବାଚନ ଲଢ଼ି କଂଗ୍ରେସ ବିଧାୟକ ଶିବାନନ୍ଦ ନୌତିୟାଲ୍ଙ୍କୁ ପରାଜିତ କରିବାପରେ ସେ ଚର୍ଚ୍ଚାକୁ ଆସିଥିଲେ। ଶିକ୍ଷା ନୀତିରେ ବିଶେଷ ପରିବର୍ତ୍ତନ ପାଇଁ ରମେଶଙ୍କୁ ଏହି ନୂଆ ଦାୟିତ୍ବ ଦିଆଯାଇଥିବା ପ୍ରକାଶ।
ପୂର୍ବତନ ଶିକ୍ଷକ ହେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ
/sambad/media/post_attachments/wp-content/uploads/2019/06/ramesh-nishank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)