ନୂଆଦିଲ୍ଲୀ: ଦେଶରେ ଆଜି ଚଳିତବର୍ଷର ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହି କରୋନା ସଂକ୍ରମଣ ବୃଦ୍ଧିର କାରଣ କହିଛନ୍ତି। ଗୁଲେରିଆ କହିଛନ୍ତି, ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଛି। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ। ଯେପର୍ଯ୍ୟନ୍ତ ଏହା ଅତି ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁର କାରଣ ନହୋଇଛି ସେପର୍ଯ୍ୟନ୍ତ କିଛି ଚିନ୍ତା ନାହିଁ। ସମୟକୁ ସମୟ ଭାଇରସ୍ର ରୂପାନ୍ତରଣ ହେଉଥିବାରୁ ନୂଆ ପ୍ରଜାତିର ସୃଷ୍ଟି ହେବ ବୋଲି ଗୁଲେରିଆ କହିଛନ୍ତି।
କରୋନା ସଂକ୍ରମଣ ବୃଦ୍ଧି ପଛରେ ଏକ୍ସବିବି.୧.୧୬
/sambad/media/post_attachments/wp-content/uploads/2022/11/corona-long-island-press-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)