ବିରୋଧ କରିବା ସତ୍ତ୍ବେ ଯାତ୍ରା କରି ଏଭଳି ସମୟରେ ଋଷକୁ ଆସି ମୁଁ ଉତ୍ସାହିତ ବୋଲି କହିଲେ ଇମ୍ରାନ ଖାନ

ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ତେବେ ଏଭଳି ସ୍ଥିତିରେ ଋଷର ଏଭଳି ଆକ୍ରମଣକୁ ବିରୋଧ କରିବା ପରିବର୍ତ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷକୁ ଯାଇଥିବା ଜଣାପଡ଼ିଛି।

ଋଷ ଯିବା ପରେ ଯୁଦ୍ଧ ସମୟରେ ଋଷ ଯାଇ ସେ ଉତ୍ସାହିତ ଥିବା କହିଛନ୍ତି। ଟ୍ବିଟରରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଇମ୍ରାନ ଖାନ ଋଷକୁ ଆସି ମୁଁ ଉତ୍ସାହିତ ବୋଲି କହୁଥିବା ସ୍ପଷ୍ଟ ଭାବେ ଶୁଣାଯାଇପାରୁଛି। ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଋଷ ଅଭିମୁଖେ ଯାତ୍ରା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ପାଇଁ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଋଷ ଯିବା ଏବଂ ଉତ୍ସାହିତ ଥିବା କଥା କହିବ‌ା ପରେ ଇମ୍ରାନ ଖାନଙ୍କୁ ଏବେ ସମାଲୋଚନା କରାଯାଉଛି।

ଅନ୍ୟପକ୍ଷରେ, ଆଜି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି ।କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍‌। ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି। ଏ‌ବେ ସ୍ବଦେଶ ଫେରିବା ପାଇଁ କିଏଭ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି।

ସମ୍ବନ୍ଧିତ ଖବର