ଭାରତରେ ଚିହ୍ନଟ ହେଲା ଓମିକ୍ରନ ଏକ୍ସଇର ପ୍ରଥମ ମାମଲା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଲା ‘ସର୍ବାଧିକ ସଂକ୍ରାମକ’

ମୁମ୍ବାଇ : ଓମିକ୍ରନ ଭୁତାଣୁର ନୂଆ ଭାରିଆଣ୍ଟ ବା ପ୍ରଜାତି ଏକ୍ସଇର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି ବୋଲି  ବିଏମସି (ବୃହତ୍ ମୁମ୍ବାଇ ମହାନଗର ନିଗମ) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବିଏମସି ପକ୍ଷରୁ ସଂଗୃହୀତ ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା ଏକ୍ସଇ ପଜିଟିଭ ବାହାରିଥିବା ଜଣାଯାଇଛି । ସେହିପରି କାପା ଭାରିଆଣ୍ଟର ଗୋଟିଏ ମାମଲା ଚିହ୍ନଟ ହୋଇଛି । ୨୩୦ ଜଣ ରୋଗୀ, ଯେଉଁମାନଙ୍କ ନମୁନା ସେରୋ ସର୍ଭେ ପାଇଁ ପଠାଯାଇଥିଲା ସେମାଙ୍କ ମଧ୍ୟରୁ ୨୧ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେମାନଙ୍କ ପାଇଁ ଅମ୍ଳଜାନ ଆବଶ୍ୟକ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଏକ୍ସଇ ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି । ବର୍ତ୍ତମାନେ ସମଗ୍ର ବିଶ୍ବରେ ଅଳ୍ପ କେତୋଟି ଏକ୍ସଇ ମାମଲା ଦେଖାଦେଇଛି । ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଥିବା ସବୁ ଭାରିଆଣ୍ଟ ମଧ୍ୟରୁ ଓମିକ୍ରନ ବିଏ.୨ ଥିଲା ସବୁଠାରୁ ସଂକ୍ରାମକ । କିନ୍ତୁ ଓମିକ୍ରନ ଏକ୍ସଇ ବିଏ.୨ ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

 

ସମ୍ବନ୍ଧିତ ଖବର