ନୂଆଦିଲ୍ଲୀ: ଗୁଜରାଟରେ ‘ଓମିକ୍ରନ୍’ର ଉପ-ପ୍ରଜାତି ‘ଏକ୍ସ୍ଇ କରୋନାଭାଇରସ୍’ର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ମାର୍ଚ ୧୩ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଉକ୍ତ ରୋଗୀଜଣକ ୧ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ।
ତାଙ୍କୁ ଆକ୍ରାନ୍ତ କରିଥିବା ଭୂତାଣୁର ‘ଜିନୋମ୍-ସିକ୍ବେନ୍ସିଙ୍ଗ୍’ କରାଯିବା ପରେ ଜଣାପଡ଼ିଥିଲା ଯେ, ସେ ‘ଏକ୍ସଇ କରୋନାଭାଇରସ୍ ଭେରିଏଣ୍ଟ୍’ଦ୍ବାରା ସଂକ୍ରମିତ ହୋଇଥିଲେ।
ସୂଚନାଯୋଗ୍ୟ, ନୂତନ ଭେରିଏଣ୍ଟ୍ ‘ଏକ୍ସ୍ଇ’ ହେଉଛି ଓମିକ୍ରନ୍- ‘ବିଏ.୧’ ଏବଂ ‘ବିଏ.୨’ ସମିଶ୍ରଣରେ ସୃଷ୍ଟ ସଙ୍କର କିସମ ଓମିକ୍ରନ୍ ଭୂତାଣୁ। ସମ୍ପ୍ରତି ବିଶ୍ବରେ ଏହି ଭୂତାଣୁ ସଂକ୍ରମଣ ଅତି ସ୍ବଳ୍ପ ଥିବା କଥା ପରୀକ୍ଷାରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/04/covi1.jpg)
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିବା ଅନୁସାରେ, ଏହି ଭୂତାଣୁ ‘ଓମିକ୍ରନ୍ ବିଏ.୨’ ଉପ-ପ୍ରଜାତି ଠାରୁ ୧୦% ଅଧିକ ସଂକ୍ରମଣଶୀଳ।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମୁମ୍ବାଇ ପୌର ଅଧିକାରୀମାନେ ଫେବ୍ରୁଆରି ମାସରେ ସଂଗ୍ରହ କରାଯାଇ ପୃଥକ୍ ରଖାଯାଇଥିବା ଏକ ନମୁନାରେ ‘ଏକ୍ସ୍ଇ ଭେରିଏଣ୍ଟ୍’ ଚିହ୍ନଟ ହୋଇଥିବା କଥା ରିପୋର୍ଟ କରିଥିଲେ। କିନ୍ତୁ, ଏହାର ସତ୍ୟାସତ୍ୟ ସଂକ୍ରାନ୍ତରେ ‘ଇଣ୍ଡିଆନ୍ ସାର୍ସକୋଭ୍୨ ଜିନୋମ୍ କନ୍ଷ୍ଟୋରିୟମ୍’ (ଇନ୍ସାକଗ୍) ଏ ପର୍ଯ୍ୟନ୍ତ ସୁନିଶ୍ଚିତ କରିନାହିଁ।
/sambad/media/post_attachments/wp-content/uploads/2022/04/covi.jpg)
ପରିଚୟ ଗୋପନ ରଖାଯିବା ସର୍ତ୍ତରେ ଉପରୋକ୍ତ ସରକାରୀ ଅଧିକାରୀଜଣକ କହିଛନ୍ତି, ଗୁଜରାଟରୁ ସଂଗୃହୀତ ନମୁନା ‘ଏନ୍ସିଡିସି’କୁ ପଠାଯାଇଥିଲା। କିନ୍ତୁ, ଏହି ଭୂତାଣରୁ ବୈଶିଷ୍ଟ୍ୟ ମୁମ୍ବାଇରୁ ଚିହ୍ନଟ ଭୂତାଣୁର ବୈଶିଷ୍ଟ୍ୟ ଠାରୁ ‘ଏକ୍ସଇ’ ସହିତ ଅଧିକ ମେଳ ଖାଉଛି।
ଗୁଜରାଟରେ ଥିବା ‘ଇନ୍ସାକଗ୍’ ଲାବ୍ରଟରି ‘ଦି ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟର୍’ ଉକ୍ତ ଭେରିଏଣ୍ଟ୍ ‘ଏକ୍ସଇ’ ବୋଲି ସୁନିଶ୍ଚିତ କରିଛି।