ବେଜିଂ : ଚୀନର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ପାଇଛନ୍ତି । ସେମାନେ ଏକ ଘୁଷୁରୀର ଫୁସଫୁସ ମଣିଷ ଶରୀରରେ ଜେନୋଟ୍ରନ୍ସପ୍ଲାଣ୍ଟେସନ ବା ପ୍ରତ୍ୟାର୍ପଣ କରିବାରେ ସଫଳତା ପାଇଛନ୍ତି । ଅସ୍ତ୍ରୋପଚାର ପରେ, ଏହା ୯ ଦିନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରିଥିଲା।

Advertisment

ସୋମବାର ଦିନ ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଏ ସଂପର୍କରେ ବର୍ଣ୍ଣନା ରହିଛି । ଚୀନ୍ ବୈଜ୍ଞାନିକ ଏବଂ ଡାକ୍ତରମାନେ ଘୋଷଣା କରିଛନ୍ତି ଯେ ପ୍ରଥମ ଥର ପାଇଁ ଏକ ଜେନେଟିକାଲି ମୋଡିଫାଏଡ୍ ବି ଜିନୀୟ ବିକଶିତ ଘୁଷୁରିର ଫୁସଫୁସକୁ ମଣିଷ ଶରୀରରେ ପ୍ରତିରୋପଣ କରାଯାଇଛି। ଦକ୍ଷିଣ ଚୀନ୍ ସହର ଗ୍ୱାଙ୍ଗଜୋର ନ୍ୟାସନାଲ୍ କ୍ଲିନିକାଲ୍ ରିସର୍ଚ୍ଚର ବୈଜ୍ଞାନିକମାନେ ଏକ ଘୁଷୁରିର ଫୁସଫୁସକୁ ଜଣେ ବ୍ରେନଡେଡ୍ ବ୍ୟକ୍ତି ଶରୀରରେ ପ୍ରତିରୋପଣ କରିଥିଲେ। ଅସ୍ତ୍ରୋପଚାର ପରେ, ଏହା ୯ ଦିନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରିଚାଲିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ପ୍ରଜାତିର ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ମଣିଷ ଶରୀରେ ପ୍ରତ୍ୟାର୍ପଣ କରିବାକୁ ଜେନୋଟ୍ରନ୍ସପ୍ଲାଣ୍ଟେସନ ବୋଲି କୁହାଯାଏ । ଗ୍ୱାଙ୍ଗଜୋରର ବୈଜ୍ଞାନିକମାନେ କହିଛନ୍ତି ଯେ ଘୁଷୁରୀର ହୃତପିଣ୍ଡ ଓ ଫୁସଫୁସ ମଣିଷ ଶରୀରରେ ପ୍ରତ୍ୟାର୍ପିତ ହୋଇପାରିବ । କିନ୍ତୁ ଗଠନରେ ଜଟିଳତା ଦୃଷ୍ଟିରୁ ଫୁସଫୁସ ପ୍ରତ୍ୟାର୍ପଣ ଏକ ଅତି ଜଟିଳତାପୂର୍ଣ୍ଣ କାମ ଓ ବେଶ ଚ୍ୟାଲେଞ୍ଜିଂ । ଏଣୁ ଏହି ପ୍ରତ୍ୟାର୍ପଣରେ ସଫଳତା ମାନବଜାତି ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି ।