ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି କି ?  ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନଜରବନ୍ଦୀ କରାଯାଇଛି କି ? ଏପରି ଏକ ଖବର ଶନିବାରଦିନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ପୁଣି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ଏହାକୁ ନେଇ ଏକ ଟୁଇଟ୍ କରିବା ପରେ ଚର୍ଚ୍ଚା ଜୋର ଧରିଛି ।

ସେ ଲେଖିଛନ୍ତି, “ଗୁଜବ ଶୁଣିବାକୁ ମିଳୁଛି ଯେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି । ଗତ ସପ୍ତାହରେ ସେ ସମରକନ୍ଦ ଯାଇଥିବାବେଳେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ତାଙ୍କୁ ଚୀନ ସେନା ଦାୟିତ୍ବରୁ ହଟାଇ ଦିଆଯାଇଛି । ଏହା ପରେ ତାଙ୍କୁ ଗୃହବନ୍ଦୀ କରାଯାଇଛି ।“

 

ଏହି ଘଟଣାର ସତ୍ୟାସତ୍ୟ ସଂପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନଥିଲେ ବି ସୋସିଆଲ ମିଡିଆ, ଇଣ୍ଟରନେଟରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏପରିକି ଚୀନ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହେଉଛି । କେତେକ ୟୁଜର୍ ଲେଖିଛନ୍ତି ଯେ ଚୀନ ସେନା ଶାସନକୁ ଅକ୍ତିଆର କରିଛି ଓ ଲି କ୍ବାଓମିଙ୍ଗ ଚୀନର ନୂଆ ରାଷ୍ଟ୍ରପତି ହୋଇଛନ୍ତି ।

 

ଚୀନ ଉପରେ ବିଶେଷଜ୍ଞ ମନେକରାଯାଉଥିବା ସାମ୍ବାଦିକା ଜେନିଫର ଜେଙ୍ଗ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ୨୨ ତାରିଖରେ ଚୀନ ସେନା (ପିଏଲଏ)ର ଅନେକ ଗାଡ଼ି ବେଜିଂ ଅଭିମୁଖେ ଯାତ୍ରା କରିଥିଲା । ଗୁଜବ ହେଉଛି ଯେ ସି ଜିନପିଙ୍ଗଙ୍କୁ ପିଏଲଏର ମୁଖ୍ୟ ପଦରୁ ବିଦା କରାଯାଇଛି ଓ ତାଙ୍କୁ ଗୃହବନ୍ଦୀ କରାଯାଇଛି ।

ଏଠାରେ କହିରଖୁଛୁ ଯେ, ଏ ସଂପର୍କରେ ଚୀନ ଗଣମାଧ୍ୟମ କିମ୍ବା ଅନ୍ତର୍ଜାତୀୟ ଗଣମାଧ୍ୟମରେ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

 

 

ସମ୍ବନ୍ଧିତ ଖବର