ବେଜିଂ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରୋଧୀ ନେତାମାନଙ୍କୁ ଦମନ କରିବା ପାଇଁ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରିଛନ୍ତି। ସେ ଏକ ‘ସ୍ମାର୍ଟ ଗଭର୍ଣ୍ଣାନ୍ସ’ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଦ୍ବାରା ସାମାଜିକ ଓ ରାଜନୈତିକ ନିୟନ୍ତ୍ରଣ ତାଙ୍କ ହାତରେ ରହିବ। ସ୍ମାର୍ଟ ଗଭର୍ଣ୍ଣାନ୍ସ ହେଉଛି ଇଣ୍ଟରନେଟ୍ ମାଧ୍ୟମରେ ପ୍ରଶାସନିକ ପ୍ରକ୍ରିୟାର ଅନ୍ୟନାମ। ଏଥିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ), ବୃହତ୍ ଡାଟା ଓ କ୍ଲାଉଡ୍ କମ୍ପ୍ୟୁଟିଂ ଆଦିର ଭୂମିକା ରହିବ। ଚୀନ୍ର ସାଇବରସ୍ପେସ୍ ଟେକ୍ନିକାଲ ଆଡ୍ମିନିଷ୍ଟ୍ରେସନରୁ ଏଆଇ ପ୍ରଶାସନକୁ ପରିବର୍ତ୍ତିତ ହେବ। ଚୀନ୍ କମ୍ୟୁନିଷ୍ଟ ପାର୍ଟିରେ ଗତ କିଛିଦିନ ହେଲା ଆଭ୍ୟନ୍ତରୀଣ କଳହ ବଢ଼ିବା ସହ ଜିନପିଙ୍ଗ୍ଙ୍କ ନୀତିକୁ ସମାଲୋଚନା ଆରମ୍ଭ ହୋଇଛି।