ବାଲି : ରୁଷୀୟ ପ୍ରତିପକ୍ଷ ପୁଟିନଙ୍କ ସହ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ‘ବନ୍ଧୁତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଏକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ବୁଧବାର ଏକ ନିନ୍ଦାପ୍ରସ୍ତାବରେ ସ୍ୱାକ୍ଷର କରି କହିଛନ୍ତି ଯେ ‘ଅଧିକାଂଶ ସଦସ୍ୟ ୟୁକ୍ରେନରେ ଯୁଦ୍ଧକୁ ଦୃଢ ନିନ୍ଦା କରିଛନ୍ତି।’
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରିରେ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ଆରମ୍ଭ କରିବା ପରଠାରୁ ଚୀନ୍ ଏ ପ୍ରସଙ୍ଗରେ ପକ୍ଷଭୁକ୍ତ ହେବାରୁ ନିଜକୁ ଦୂରେଇ ରଖିଥିଲା। ଚୀନ୍ ସର୍ବସାଧାରଣରେ ରୁଷିଆକୁ ସମାଲୋଚନା କରି ନଥିଲା; କିମ୍ବା ଖୋଲାଖୋଲି ଭାବେ ଏହି ଆକ୍ରମଣକୁ ସମର୍ଥନ କରି ନଥିଲା। କିନ୍ତୁ, ଏବେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଉଭୟ ନେତା ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ରୁଷର ଧମକ ବିରୋଧରେ ସେମାନଙ୍କର ମିଳିତ ଆଭିମୁଖ୍ୟ ଉପରେ ସହମତ ହୋଇଥିଲେ ଏବଂ ଏହା ‘ଗ୍ରହଣୀୟ ନୁହେଁ’ ବୋଲି କହିଥିଲେ।
ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଏକମାତ୍ର କୂଟନୀତିଜ୍ଞ ଥିଲେ ଯିଏ କି ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗେ ଲାଭରୋଭଙ୍କ ସହ ଆନୁଷ୍ଠାନିକ ଭାବେ ସାକ୍ଷାତ କରିଥିଲେ। ରୁଷର ବୈଦେଶିକ ମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କ ତରଫରୁ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଚାଲିଯାଇଥିଲେ।
ଓ୍ଵାଙ୍ଗ କହିଛନ୍ତି ଯେ ଶାନ୍ତି ଆଲୋଚନାକୁ ପ୍ରୋତ୍ସାହିତ କରିବାରେ ଚୀନ୍ ‘ନିରପେକ୍ଷତା ବଜାୟ ରଖିବ ଏବଂ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ’। ଜର୍ମାନ ଚାନେ୍ସଲର ଓଲାଫ ସ୍କୋଲଜ ଗତକାଲି ବାଲିରେ ସାମ୍ବାଦିକମାନଙ୍କୁ କହଥିଲେ, ରୁଷର ରାଷ୍ଟ୍ରପତି ତାଙ୍କ ନୀତି ସହିତ ଏବେ ବିଶ୍ୱରେ ପ୍ରାୟ ଏକୁଟିଆ ଅଛନ୍ତି ଏବଂ ତାଙ୍କର କୌଣସି ଦୃଢ ମିଳିତ ସହଯୋଗୀ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/CR.jpg)