ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀରେ ଚୀନ୍‌ର ‌ରାଷ୍ଟ୍ରପତି ସି’ ଜିନ୍‌ପିଙ୍ଗ୍‌ ଯୋଗ ଦେବେ ନାହିଁ। ଏଥିରେ ଯୋଗ ଦେବାକୁ ଥିବା ବେଜିଙ୍ଗ୍‌ ପ୍ରତିନିଧି ଦଳର ନେତୃତ୍ବ ଦେଶର ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍‌ ନେବେ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ଘୋଷଣା କରିଛି।

Advertisment

ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍‌ ଜାରି କରିଥିବା ସଂକ୍ଷିପ୍ତ ବିବୃତିରେ ଉଲ୍ଲେଖ ଅଛି, ଭାରତ ସାଧାରଣତନ୍ତ୍ର ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ‘ରାଷ୍ଟ୍ର ପରିଷଦ୍‌’ର ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍‌ ସେପ୍ଟେମ୍ବର ୯ ଓ୧୦ରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିବା ୧୮ଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେ।

Premier Li Qiang and Xi Jinping Image Courtesy of India Today

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨ ତାରିଖରେ ଚୀନ୍‌ ସରକାରୀ ଅଧିକାରୀମାନେ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ସୂଚନା ଦେଇଥିଲେ ଯେ, ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନୂଆଦିଲ୍ଲୀ ଶିଖର ସମ୍ମିଳନୀକୁ ଯିବେନାହିଁ। ଏ ବିଷୟରେ ଲିଖିତ ବିବୃତି ‌ଦିଆଯିବ। କନ୍ତୁ, ପ୍ରଥମ ଥର ପାଇଁ ଭାରତ ଆୟୋଜନ କରୁଥିବା ଏହି ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ସି’ଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କୌଣସି କାରଣ ଜଣାଇ ନାହାନ୍ତି।

ସେହିପରି, ୟୁକ୍ରେନ୍‌ରେ ଚାଲିଥିବା ‘ବିଶେଷ ସାମରିକ ଅଭିଯାନ’ ଉପରେ ମନୋନିବେଶ କରିଥିବାରୁ ବ୍ୟକ୍ତିଗତ ଭାବେ ଉପ‌ରୋକ୍ତ ଶିଖର ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ମଧ୍ୟ ପୂର୍ବରୁ ଘୋଷଣା କରିଛନ୍ତି।