ସାଓମୀ ଏମଆଇଏ-୧ର ମୂଲ୍ୟ ହଜାରେ ଟଙ୍କା କମିଲା

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମିର ପ୍ରଥମ ଏଣ୍ଡ୍ରଏଡ୍‌ ଓ୍ଵାନ ଫୋନ ଏମଏଆଇ ଏ-୧ ର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା କମିଯାଇଛି । ଏ ସଂପର୍କରେ କମ୍ପାନି ପକ୍ଷରୁ ଟ୍ଵିଟ୍‌ କରି ଜଣାଇଦେଇଛନ୍ତି ସାଓମି ଇଣ୍ଡିଆର ଏମଡି ମନୁ କୁମାର ଜୈନ ।

ସାଓମି ପକ୍ଷରୁ ଏହି ଲୋକପ୍ରିୟ ସ୍ମାର୍ଟଫୋକୁ ଗତ ସେପ୍ଟେମ୍ବର ମାସରେ ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଥିଲା । ପୂର୍ବରୁ ଏହି ସେଟ୍‌ର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ଏବେ ତାହା ୧୩,୯୯୯ ଟଙ୍କାରେ ପହଞ୍ଚିଛି । ଏବେ ଏହି ସ୍ମାର୍ଟଫୋନଟି ବ୍ଲାକ୍‌ , ଗୋଲଡ୍‌ ତଥା ରୋଜ୍‌ ଗୋଲ୍ଡ ଭାରିଆଣ୍ଟରେ ମିଳୁଛି ।ରୋଜ୍‌ ଗୋଲ୍ଡ ଭାରିଆଣ୍ଟଟି ଗତ କିଛିଦିନ ତଳ ହିଁ କମ୍ପାନି ପକ୍ଷରୁ ଲଞ୍ଚ କରାଯାଇଥିଲା । ଏହି ସ୍ମାର୍ଟଫୋନଟି ଏଣ୍ଡ୍ରଏଡ୍‌ ୭.୧.୨ ନୋଉଗଟ୍‌ ଓ ଏଣ୍ଡ୍ରଏଡ୍‌ ୟୁଆଇ ସହ ଉପଲବ୍ଧ । ଆଗାମୀ ଦିନରେ ଏହି ଫୋନକୁ ଏଣ୍ଡ୍ରଏଡ୍‌ ୮.୦ ଓରିଓ ସହ ବିକ୍ରି କରିବାକୁ କମ୍ପାନି ଉଦ୍ୟମ କରୁଛି ।

ଏକ ୫.୫ ଏଚଡି ଡିସପ୍ଲେ ସହ ଆସୁଥୁବା ଏହି ହାଣ୍ଡସେଟ୍‌ ଗୋରିଲା ଗ୍ଲାସ ସହ ଆସୁଛି । ଏଥିରେ ଲାଗିଛି ଅକ୍ଟାକୋର କ୍ୱାଲକମ୍‌ ସ୍ମାର୍ଟଡ୍ରାଗନ ୬୨୫ ପ୍ରୋସେସର, ୪ଜିବି ର‍୍ୟାମ, ୬୪ ଜିବି ଇନବିଲ୍ଡି ଷ୍ଟୋରେଜ୍‌ ସହ ମିଳୁଛି । ଆହୁରି ମଧ୍ୟ ଏହି ସେଟ୍‌ଟି ୪-ଜି, ଡୁଆଲ ବ୍ୟାଣ୍ଡ ଓ୍ଵାଇ-ଫାଇ, ଓ୍ଵାଇ-ଫାଇ ଡାଇରେକ୍ଟ ହାଇବ୍ରିଡ ସିମ କାର୍ଡ, ୩.୫ ଏମଏମ ହେଡେଫୋନ ଜ୍ୟାକ,୩୦୮୦ଏମଏଏଚ୍‌ ବ୍ୟାଟେରୀ ଓ ଫିଙ୍ଗର ପ୍ରିଣ୍ଟ ସହ ଉପଲବ୍ଧ ।

ସମ୍ବନ୍ଧିତ ଖବର