ଏକ୍ସପ୍ରେସ୍‌-େଓ୍ଵ ଉଦ୍‌୍‌ଘାଟନ  ବିଳମ୍ବ ନେଇ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ୬ ଥାକିଆ  ‘ଇଷ୍ଟର୍ଣ୍ଣ  ପେରିଫେରାଲ୍‌ ଏକ୍ସପ୍ରେସ-େଓ୍ଵ’ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେଲା ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଉଦ୍‌ଘାଟନରେ ଅହେତୁକ ବିଳମ୍ବ ହେଉଥିବାରୁ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୟ ଦେଇପାରୁନଥିବାରୁ ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅପେକ୍ଷା କରି ରହିଛନ୍ତି।  ଏହି ଏକ୍ସପ୍ରେସେଓ୍ଵ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଯିବ ବୋଲି ଆଜି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।   ବିଚାରପତି ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତା ଦିଲ୍ଲୀ ପ୍ରଦୂଷଣ ବାବଦରେ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ  ନୂଆ ଏକ୍ସପ୍ରେସ୍‌-େଓ୍ଵକୁ ମେ’ ୩୧ସୁଦ୍ଧା ଖୋଲିବାକୁ ହେବ।

ସମ୍ବନ୍ଧିତ ଖବର