ଏସ୍‌ୟୁଭି ଚଢ଼ାଇ ୧୧ଙ୍କୁ ମାରିଲା

ବେଜିଂ: ଦକ୍ଷିଣ ଚୀନ୍‌ର କେନ୍ଦ୍ରୀୟ ହୁନାନ୍‌ ପ୍ରଦେଶସ୍ଥିତ ଏକ ଜନଗହଳିପୂର୍ଣ୍ଣ ଜାଗାରେ ଜଣେ ବ୍ୟକ୍ତି ଲୋକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବାରୁ ୧୧ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୪୪ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ଦୁର୍ବୃତ୍ତ ଜଣକ ହଠାତ୍‌ ଏକ ଏସ୍‌ୟୁଭି ଯୋଗେ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମଡ଼ାଇ ଦେଇଥିଲା। ଏହାପରେ ଏସ୍‌ୟୁଭିରୁ ଓହ୍ଲାଇ ଏକ ଛୁରି ଓ ବେଲ୍‌ଚା ଦ୍ୱାରା ଲୋକଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର