ଗାଦି ଛାଡ଼ିବାକୁ ନାରାଜ ୟାମିନ୍‌

ନୂଆଦିଲ୍ଲୀ: ନିକଟରେ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନରେ ଅବଦୁଲ‌ା ୟାମିନ୍‌ ହାରିଥିଲେ ଏବଂ ଇବ୍ରାହିମ୍‌ ସୋଲିହ ଜିତିଥି‌ଲେ। ପୂର୍ବତନ ରାଷ୍ଟ୍ରପତି ୟାମିନ୍ ନିଜ ହାର୍‌କୁ ଗ୍ରହଣ କରିବା ସହିତ ଇବ୍ରାହିମ୍‌ ରାଷ୍ଟ୍ରପତି ହେଲେ କୌଣସି ଆପତ୍ତି ନାହିଁ ବୋଲି କହିଥିଲେ। କିନ୍ତୁ ଏବେ ନିର୍ବାଚନ ସରିବାର ପାଖାପାଖି ୧୫ ଦିନ ପରେ ୟାମିନ୍‌ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଇବ୍ରାହିମ୍‌ଙ୍କୁ ହଟାଇ ୟାମିନ୍‌ କ୍ଷମତାରେ ରହିବାପାଇଁ ସବୁ ପ୍ରକାର କୌଶଳ ଜାରି ରଖିଛନ୍ତି। ‌େସପଟେ ୟାମିନ୍‌ଙ୍କ ଦଳ ପିପିଏମ୍‌ ମଧ୍ୟ ଇବ୍ରାହିମ୍‌ଙ୍କୁ ରାଷ୍ଟ୍ରପତି ଭାବେ ଗ୍ରହଣ କରିବେନି ବୋଲି ପ୍ରସ୍ତାବ ଗୃହୀତ କରିଛନ୍ତି। ଏକ ରିପୋର୍ଟରୁ ଜଣ‌ାଯାଇଛି ‌େଯ ୟାମିନ୍‌ ନିର୍ବାଚନ ପୂର୍ବରୁ ଏକ ବ୍ୟାଙ୍କ୍‌ରୁ ନଗଦ ୧.୫ ମିଲିଅନ୍‌ ଡଲାର ଗ୍ରହଣ କରିଥିଲେ। ଏଫ୍‌ଆଇୟୁ ( ଆର୍ଥିକ ଗୁଇନ୍ଦା ବିଭାଗ) ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ୟାମିନ୍‌ଙ୍କ ଅଡ଼ୁଆ ବଢ଼ିଯିବ।

ସମ୍ବନ୍ଧିତ ଖବର