କୋଲକାତାରେ ପ୍ରତିବାଦ ରୢାଲି ‘ସର୍ଜିକାଲ ଷ୍ଟ୍ରାଇକ୍‌’ କରିବୁ: ବିଜେପି

ଯାଦବପୁର ବିଶ୍ବବିଦ୍ୟାଳୟ ଦେଶ ବିରୋଧୀଙ୍କ ଆଡ଼ା

କୋଲାକାତା: ପଶ୍ଚିମବଂଗର ଯାଦବପୁର ବିଶ୍ବବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନ ଦ୍ବାରା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରି‌ୟୋଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଯାଦବପୁର ବିଶ୍ବବିଦ୍ୟାୟ ଏବେ ଦେଶଦ୍ରୋହୀଙ୍କ ଆଡ଼ା ପାଲଟି ଯାଇଛି ଏବଂ ସେଠାରେ ବାଲାକୋଟ ଭଳି ‘ସର୍ଜିକାଲ ଷ୍ଟ୍ରାଇକ୍‌’ ଆବଶ୍ୟକ ବୋଲି ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି। ବିଜେପି କର୍ମୀମାନେ ଏହି ବିଶ୍ବବିଦ୍ୟାଳୟରେ ପଶି ଦେଶଦ୍ରୋହୀମାନଙ୍କୁ ସେଠାରୁ ତଡ଼ିବେ ବୋଲି ସେ କହିଛନ୍ତି। ଗତକାଲି ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋଙ୍କୁ ବାମ ଛାତ୍ର ସଂଗଠନର ସମର୍ଥକମାନେ ମାର୍‌ପିଟ କରିବା ସହ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଶ୍ଚିମବଂଗରେ ଟିଏମ୍‌ସି ସରକାର ହିଂସା ସୃଷ୍ଟିକାରୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ବିଜେପି କହିଛି। ଯାଦବପୁର ବିଶ୍ବବିଦ୍ୟାଳୟ ଦେଶଦ୍ରୋହୀଙ୍କ ଆଡ଼ା ପାଲଟି ଯାଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ରାଜ୍ୟ ବିଜେପି ସଭାପତି ଘୋଷ କହିଛନ୍ତି। ଆଜି ବିଜେପି ପକ୍ଷରୁ ଯାଦବପୁର ବିଶ୍ବବିଦ୍ୟାଳୟ ହିଂସା ନେଇ ଏସ୍‌ଏଫ୍‌ଆଇ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ଏହା ସହିତ କୋଲକାତାରେ ଆଜି ବିଜେପି ପକ୍ଷରୁ ପ୍ରତିବାଦ ରୢାଲି ମଧ୍ୟ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର