ନିର୍ଭୟା ଦୋଷୀଙ୍କ ପୂର୍ବରୁ ଫାଶୀ ପାଇଥିଲେ ଏହି ସବୁ ଅପରାଧୀ; କିଏ ଅନ୍ତିମ ଇଚ୍ଛାରେ ଚା’ ମାଗିଥିଲା ତ କିଏ ଚାହିଁଥିଲା ନିଜ ଝିଅକୁ ଭେଟିବାକୁ

ନୂଆଦିଲ୍ଳୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବାକୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ସେମାନଙ୍କୁୁ ଫାଶୀ ଦେବା ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯାଇଥିଲେ ସେହି ତାରିଖରେ ଫାଶୀ ହୋଇପାରିନଥିଲା। ସାରା ଦେଶର ନଜର ଏବେ ଫେବ୍ରୁଆରି ପହିଲା ଉପରେ। ଦୋଷୀମାନଙ୍କ ମୃତ୍ୟୁ ଦଣ୍ଡର ଦିନ ପାଖେଇ ଆସୁଥିବା ବେଳେ ଇତି ମଧ୍ୟରେ ସେମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ବି ପଚରା ସରିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଫାଶୀ ଦଣ୍ଡ ପୂର୍ବରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯିବାର ପ୍ରଥା ଖୁବ୍ ପୁରୁଣା। ପୂର୍ବରୁ ମଧ୍ୟ ଫାଶୀ ପାଇଥିବା ଅନେକ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ୟାକୁବ୍‌ ମେମନ, ଅଫ୍‌ଜଲ୍‌ ଗୁରୁ, ଅଜମଲ୍‌ କସାବ ଓ ରାଙ୍ଗା-ବିଲା।

naidunia.com

୧୯୯୩ ମସିହା ମୁମ୍ବାଇ ବୋମାା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ତା’ର ଶେଷ ଇଚ୍ଛାରେ ନିଜ ଝିଅକୁ ଭେଟିବାକୁ କହିଥିଲା। ମାତ୍ର ଜେଲ୍‌ ପ୍ରଶାସନ ତାକୁ ତା’ ଝିଅ ସହ ଭେଟିବାର ଅନୁମତି ଦେଇନଥିଲେ। ସେ ‌ଶେଷରେ ଝିଅ ସହ ଫୋନ୍‌ରେ କଥା ହୋଇଥିଲା।

ଭାରତର ପାର୍ଲିଆମେଣ୍ଟ୍‌ ଉପରେ ଆକ୍ରମଣ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଅଫ୍‌ଜଲ ଗୁୁରୁର ଶେଷ ଇଚ୍ଛା ଥିଲା ଚା’ ପିଇବା। ତାହାର ସେହି ଇଚ୍ଛା ଅଧୁରା ରହିଗଲା। ଫାଶୀ ପାଇବାର କିଛି ସମୟ ପୂର୍ବରୁ ଅଫ୍‌ଜଲ୍‌ ଗୁରୁକୁ ଚା ପିଇବାକୁ ଦିଆଯାଇଥିଲା। ସେ ସେହି ଚା’ ପିଇବା ପରେ ଆଉ ଏକ କପ୍‌ ଚା’ ପିଇବାକୁ କହିଥିଲା। ମାତ୍ର ସେ ଚା’ ମାଗିବା ବେଳକୁ ଜେଲ୍‌ରେ ଚା’ ବନାଉଥିବା ଲୋକ ସେତବେଳକୁ ଯାଇ ସାରିଥିଲା। ଫଳରେ ତାକୁ ଆଉ ଚା’ ମିଳିପାରି ନଥିଲା।

୨୬/୧୧ ମୁମ୍ବାଇ ବିସ୍ଫୋରଣର ଦୋଷୀ ପାକିସ୍ତାନର କୁଖ୍ୟାତ ଅତଙ୍କବାଦୀ ଅଜ୍‌ମଲ୍‌ କସାବ ନିଜର କୌଣସି ଶେଷ ଇଚ୍ଛା କହିନଥିଲା। ସେ ନିଜର ଅନ୍ତିମ ଇଚ୍ଛା ପ୍ରକାଶ ନକରି ଫାଶୀରେ ଝୁଲିଥିଲା।

Indiatimes.com

ନାବାଳିକା ସହ ଦୁଷ୍କର୍ମ ଓ ହତ୍ୟା କରିଥିବା କୁଖ୍ୟାତ ଅପରାଧୀ ରାଙ୍ଗା ଓ ବିଲାଙ୍କର ବି ସେପରି କୌଣସି ଅନ୍ତିମ ଇଚ୍ଛା ନଥିଲା। ତେବେ ଫାଶୀ ପୂର୍ବଦିନ ରାତିରେ ବିଲା ପେଟ ଭରି ଖାଇଥିଲା ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଦୋଷୀମାନେ ସେମାନଙ୍କ ଶେଷ ଇଚ୍ଛା ପ୍ରକାଶ କରିନାହାନ୍ତି। ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଶେଷ ଥର ପାଇଁ ଭେଟିବା ପାଇଁ ସେମାନଙ୍କ ଘର ଲୋକଙ୍କୁ ଶେଷ ଥର ପାଇଁ ଚିଠି ଲେଖିଛନ୍ତି।

 

ସମ୍ବନ୍ଧିତ ଖବର