ଯମୁନା ଏକ୍ସପ୍ରେସ୍‌ େଓ୍ଵରେ ୨୪ ଗାଡ଼ି ମଧ୍ୟରେ ଧକ୍କା: ୧୨ ଆହତ, ଚିତ୍କାର କରି ଲୋକ କହିଲେ ପିଲାଙ୍କୁ ରାସ୍ତାରୁ ବାହାର କର

ମଥୁରା: ବିଗତ କିଛି ଦିନ ହେବ ଦିଲ୍ଲୀରେ ଦେଖା ଯାଇଥିବା ଘନ କୁହୁଡ଼ି ଯୋଗୁଁ ବୁଧବାର ପଡ଼ୋଶୀ ଉତ୍ତରପ୍ରଦେଶର ଆଗ୍ରା-ଯମୁନା ଏକ୍ସପ୍ରେସ ପ୍ରଭାବିତ ହୋଇଛି। ଧୂଆଁ ଭଳି ଦେଖାଯାଉଥିବା କୁହୁଡ଼ିର ମାତ୍ରା ଏତେ ଥିଲା ଯେ, ଗାଡ଼ି ଚାଳକମାନଙ୍କୁ କିଛି ଦେଖାଯାଇ ନ ଥିଲା। ଫଳରେ ପ୍ରାୟ ୨୦ରୁ ଅଧିକ ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଏହି ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ବହୁତ କମ୍‌ ସମୟ ମଧ୍ୟରେ ଏହି ଘଟଣା ହୋଇଥିଲା। ପ୍ରଥମେ ୨ଟି କାର ମଧ୍ୟରେ ଧକ୍କା ହୋଇଥିଲା। ଆହତ ହୋଇଥବା ବ୍ୟକ୍ତିମାନେ କାର ଭିତରୁ ବାହାରୁ ଥିବା ବେଳେ ପଛ ପଟରୁ ଆଉ ଏକ ଗାଡ଼ି ଧକ୍କା ଦେଇଥିଲା। ଏହି ସମୟରେ ଲୋକମାନେ ଜୋରରେ ଚିତ୍କାର କରୁଥିଲେ। ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୨୪ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି।

ସୂଚନାଯୋଗ୍ୟ ଦିଲ୍ଲୀରେ ଘନ କୁହୁଡି ଲୋକଙ୍କ ଜନଜୀବନକୁ ପ୍ରଭାବିତ କରୁଛି। ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍‌ ଓ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ କହିଛି ପରିସ୍ଥତି ଜରୁରୀକାଳିନ ଅବସ୍ଥାରେ ପହଞ୍ଚିଛି। ପଞ୍ଜାବର ଭତିଣ୍ଡାରେ ବୁଧବାର ୩୫ଟି ଗାଡ଼ି ଧକ୍କା ହେବାରୁ ୧୦ଜଣ ଶିଶୁଙ୍କର ଜୀବନ ଯାଇଛି।

ସମ୍ବନ୍ଧିତ ଖବର