ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଥିବା ବନ୍ୟା ଏବେ ମୁଣ୍ଡବିନ୍ଧାର କାରଣ ବନିଛି। ଲଗାତର ବଢ଼ି ଚାଳିଥିବା ଜଳସ୍ଥରକୁ ଦୃଷ୍ଟିରେ ରଖି ପୁଲିସ୍ ଏବେ ବଜିରାବାଦ୍ ରାସ୍ତାରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ଏହାକୁ ନେଇ ଏବେ ଏକ ଆଡ୍ଭାଇଜରି ଜାରି କରିଛି। ସେହି ଆଡ୍ଭାଇଜରିରେ ପ୍ରଭାବିତ ରାସ୍ତାଗୁଡ଼ିକରେ ଯିବା ବେଳେ ସତର୍କତା ଅବଲମ୍ବନ କରିବା, ରାସ୍ତାକଡ଼ରେ ବାଇକ୍ ନରଖିବା ଓ କୌଣସି ସ୍ଥାନକୁ ଗସ୍ତ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସଂପର୍କରେ ଲେଖାଯାଇଛି।
ପ୍ରବଳ ବନ୍ୟାରେ ଏବେ ଦିଲ୍ଲୀର ସ୍ଥିତି ଅଣାୟତ ହୋଇଛି। ରିଙ୍ଗ୍ ରୋଡ୍ରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଯମୁନା ଘାଟ ସବୁକିଛି ପାଣି ଦ୍ବାରା ପ୍ରଭାବିତ ହୋଇଛି। ଯମୁନା ପାଣି ଦିଲ୍ଲୀର ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଆଉ ବେଶି ଦୂର ନାହିଁ।
TRAFFIC ADVISORY
— Delhi Traffic Police (@dtptraffic) September 4, 2025
Due to rising water levels in the Yamuna River, Old Wazirabad Bridge on Wazirabad Road is closed for vehicular traffic.
📍 Diversion: Soor Ghat under Wazirabad Flyover
📍 Alternate routes available via Signature Bridge for Mukarba Chowk, ISBT & Timarpur Road… pic.twitter.com/cChtWQ6BIL
ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି । ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି ।