ନୂଆଦିଲ୍ଲୀ: ଆସନ୍ତା ୨୦୨୫ ବର୍ଷରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଶାସକ ଆମ୍ ଆଦମୀ ପାର୍ଟି(ଆପ୍) ଅନେକ ଯୋଜନା କରୁଛି। ବିଜେପି ନେତା ଅନୁରାଗ ଠାକୁର ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି।
କେଜ୍ରିୱାରଙ୍କୁ ପ୍ରଶ୍ନମାଧ୍ୟମରେ ଘେରିଥିବା ଅନୁରାଗ ଠାକୁର ଆପ୍ ବିରୋଧରେ ଏକ ଅଭିଯୋଗ ପତ୍ର ଜାରି କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ସରକାର ଯମୁନା ନଦୀକୁ ଏତେ ଦୂଷିତ କରିଛନ୍ତି ଯେ ଏହା ଦୁର୍ଗନ୍ଧଯୁକ୍ତ, ଫେଣଯୁକ୍ତ ଏବଂ ବିଷାକ୍ତ ହୋଇଯାଇଛି। ଆପ୍ର ପାପ ଧୋଇ ଧୋଇ ଯମୁନା ପାଣି କଳା ହୋଇଯାଇଛି ବୋଲି ସେ କଟାକ୍ଷ କରିଛନ୍ତି।
ସେ କହିଛନ୍ତି ମୋର ମନେ ଅଛି, ୨୦୨୨ ମସିହାରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଥିଲେ ଯେ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ, ଅର୍ଥାତ୍ ୨୦୨୫ ନିର୍ବାଚନ ପୂର୍ବରୁ ସେ ଲୋକଙ୍କ ସହ ଯମୁନା ନଦୀରେ ବୁଡ଼ ପକାଇବେ।
କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ବିଷୟରେ ମନେ ପକାଇ ଅନୁରାଗ ଠାକୁର କହିଛନ୍ତି, ୧୦ ବର୍ଷ ବିତି ସାରିଛି। ୨୦୨୫ପାଇଁ କେବଳ ୧୦ ଦିନ ବାକି ଅଛି। ଯମୁନା ସଫା ହୋଇଛି କି? ସେ କହିଛନ୍ତି ଯେ ଯମୁନା ଏପର୍ଯ୍ୟନ୍ତ ସଫା ହୋଇନାହିଁ। ଦିଲ୍ଲୀ ପ୍ରଦୂଷଣକୁ ମୁକ୍ତ କରିବା ପାଇଁ ଆମ୍ ଆଦମୀ ପାର୍ଟି କହିଥିଲା। ଆଜି ମଧ୍ୟ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦୦ରୁ ଅଧିକ ରହିଛି।
Former Union Minister Shri @ianuragthakur is releasing Delhi BJP Charge Sheet (Aarop Patra) against Arvind Kejriwal Government in the presence of State President Shri @Virend_Sachdeva & LOP Shri @Gupta_vijender. https://t.co/ANOfJwdnVV
— BJP Delhi (@BJP4Delhi) December 23, 2024
ଅଧିକ ପଢ଼ନ୍ତୁ: ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଅନୁରାଗ ଠାକୁର ଗୀତ ମାଧ୍ୟମରେ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି 'ପ୍ୟାର ମୋହବତ୍ କସମେ ବାଦେ' କ’ଣ ହେଲା। ସେ କହିଛନ୍ତି ଯେ ଦେଶର ସବୁଠାରୁ ମହଙ୍ଗା ପିଇବା ପାଣି ଦିଲ୍ଲୀରେ ଉପଲବ୍ଧ। ପ୍ରଦୂଷଣରେ ରାଜଧାନୀ ଏକ ନମ୍ବର ସ୍ଥାନରେ ରହିଛି। ସବୁଠାରୁ ମହଙ୍ଗା ସିଏମ୍ ବାସଭବନରେ ଦିଲ୍ଲୀ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି।
ଅଧିକ ପଢ଼ନ୍ତୁ: ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ