ଯମୁନୋତ୍ରୀ ରାଜପଥର ୧୫ ମିଟର ଧସିଗଲା, ୩୦୦୦ ତୀର୍ଥଯାତ୍ରୀ ଫସିଛନ୍ତି

ମସୁରୀ : ଗତରାତିରେ ରଣାଚଟ୍ଟି ଏବଂ ସୟାନା ଚଟ୍ଟି ଅଂଚଳରେ ଯନୁନୋତ୍ରୀ ରାଜପଥର ଏକ ବୁଲାଣିରେ ୧୫ ମିଟର ରାସ୍ତା ଧସିଯାଇଛି। ଏଥିଯୋଗୁଁ ଚାରିଧାମ ଯାତ୍ରାରେ ବାଧା ସୃଷ୍ଟି ହୋଇଛି ଏବଂ ହାଇୱେର ଉଭୟ ପାର୍ଶ୍ବରେ ୩ ହଜାରରୁ ଅଧିକ ତୀର୍ଥଯାତ୍ରୀ ଫସି ରହିଛନ୍ତି। ରାସ୍ତା ଅତ୍ୟନ୍ତ ବିପଜ୍ଜନକ ରହିଥିବାରୁ ଏହି ରାସ୍ତାରେ ସବୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଚାରିିଧାମ ଯାତ୍ରା ନାନା ସମସ୍ୟା ଦେଇ ଗତି କରୁଛି। ଏହି ଯାତ୍ରାରେ ଆଜି ସୁଦ୍ଧା ୪୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲାଣି।

ସମ୍ବନ୍ଧିତ ଖବର