ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜି ରାଫେଲ ପସଙ୍ଗରେ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୪ ତାରିଖ ଦିନ ଯୁଦ୍ଧ ବିମାନ ରାଫେଲ ପ୍ରସଙ୍ଗରେ ଦେଇଥିବା ରାୟର ପୁନଃବିଚାର କରିବାକୁ ଆବେଦନକାରୀମାନେ ସେମାନଙ୍କ ଆବେଦନରେ ଅନୁରୋଧ କରିଛନ୍ତି।
ଆବେଦନକାରୀ ଶ୍ରୀ ସିହ୍ନା, ଶ୍ରୀ ସୌରୀ ଓ ଶ୍ରୀ ଭୂଷଣ ସୁପି୍ରମକୋର୍ଟରେ ଦାୟର କରିଥିବା ପୂନଃବିଚାର ଆଦେନରେ ଅଭିଯୋଗ କରିଛନ୍ତି ଯେ ଦେଶର ସର୍ବୋଚ୍ଚ ଅଦାଲତକୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ଜଉମୁଦ ଲଫାପାରେ ଯେଉଁ ତଥ୍ୟ ଦିଆଯାଇଥି, ତାହା ଏକ ଦସ୍ତଖତ ନ ଥିବା ଚିଠି । ଏହି ଚିଠି ଆଧାରରେ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ଦେଇଥିଲେ। ତେଣୁ ଏହି ମାମଲାର ପୁନଃବିଚାର କରାଯିବା ସହିତ ଏହା ଖୋଲା କୋର୍ଟରେ ଶୁଣାଣୀ କରାଯାଉ ବୋଲି ଆବେଦନକାରୀମାନେ ଅନୁରୋଧ କରିଛନ୍ତି।
Petitioners in Rafale fighter jet deal - Yashwant Sinha, Arun Shourie and Prashant Bhushan move Supreme Court for review of Rafale judgment. pic.twitter.com/SZk2zmwnmd
— ANI (@ANI) January 2, 2019
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚିକ୍ତି କରିଥିବା ବେଳେଏଥିରେ ଅନୀୟମିତତା ହୋଇଥିବା ଦର୍ଶାଇ ସୁପ୍ରମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ସରକାରଙ୍କ ଠାରୁ ବନ୍ଦ ଲଫାପାରେ ରଫେଲ ଯୁଦ୍ଧ ବିମାନ କିଣିବାର ଆବଶ୍ୟକତା, ଦର ଓ ଯୁଦ୍ଧ ବିମାନ ବିଦେଶରୁ କିଣିବା ପାଇଁ ରହିଥିବା ବ୍ୟବସ୍ଥା ଅନୁପାଳନ ହୋଇଛି କିମ୍ବା ନାହିଁ ତାହା ଜାଣିବାକୁ ଚାହିଁଥିଲେ। ଏ ନେଇ କେନ୍ଦ୍ର ସରକାର ସୁପିକୋର୍ଟର୍ରେ ବନ୍ଦ ଲଫାପାରେ ତଥ୍ୟ ଦାଖଲ କରିଥିଲେ। ପରେ ସୁପ୍ରିମକୋର୍ଟ ବାୟୁସେନା ମୁଖ୍ୟଙ୍କ ମତାମତ ନେବା ପରେ ଏହି ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ।