ଟିଏମ୍‌ସିରେ ଯୋଗ ଦେଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛିଦିନ ବାକିଥିବା ବେଳେ ଆଜି ଏକ ନୂଆ ମୋଡ଼ ଆସିଛି। ପୂର୍ବତନ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଟିଏମ୍‌ସିରେ ଯୋଗ ଦେଇଛନ୍ତି। ସିହ୍ନା ଟିଏମ୍‌ସିରେ ଯୋଗ ଦେବାପରେ ଆଜି ଟିଏମ୍‌ସି ଭବନରୁ ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଦେଶ ଏବେ ଅତ୍ୟନ୍ତ ଅସାଧାରଣ ସ୍ଥିତି ଦେଇ ଗତି କରୁଛି। ଗଣତନ୍ତ୍ରର ଶକ୍ତି ଗଣତାନ୍ତ୍ରିକ ଅନୁଷ୍ଠାନରେ ରହିଛି। ତେବେ ଆଜି ପ୍ରାୟ ସମସ୍ତ ଅନୁଷ୍ଠାନ ଦୁର୍ବଳ ହୋଇଯାଇଛି।

ଦୁର୍ଭାଗ୍ୟବଶତଃ ନ୍ୟାୟପାଳିକା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଦେଶରେ କ’ଣ ଘଟୁଛି ତାହା ଆପଣମାନେ ଦେଖିପାରୁଛନ୍ତି, କିନ୍ତୁ କେହି ଏଥିପାଇଁ ଚିନ୍ତିତ ନୁହନ୍ତି। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭୂୟସୀ ପ୍ରଶଂସା କରି ସିହ୍ନା କହିଛନ୍ତି ଯେ ୧୯୯୯ରେ କାନ୍ଦାହାର ବିମାନ ଅପହରଣ କାଣ୍ଡରେ ପଣବନ୍ଦୀଙ୍କ ମୁକ୍ତି ପାଇଁ ମମତା ନିଜକୁ ଆତଙ୍କବାଦୀଙ୍କ ପାଖରେ ସମର୍ପଣ କରିବାକୁ ପ୍ରସ୍ତୁତ ଥିଲେ। ମମତା ସର୍ବଦା ଲଢ଼ୁଆ ମନୋଭାବ ନେଇ ରାଜନୀତିରେ ଅଛନ୍ତି ବୋଲି ସେ କହିଛନ୍ତି। ସିହ୍ନାଙ୍କୁ ଆଜି ଟିଏମ୍‌ସି କାର୍ଯ୍ୟାଳୟରେ ଜୋର୍‌ଦାର ସ୍ବାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର