ଯଶବନ୍ତ ସିହ୍ନାଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆଗଲା

ଶ୍ରୀନଗର : ପୂର୍ବ ବିଜେପି ନେତା ଯଶବନ୍ତ ସିହ୍ନ‌ା ଗତକାଲି ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସିହ୍ନାଙ୍କୁ ଶ୍ରୀନଗର ସହରକୁ ପ୍ରବେଶ କରିବାପାଇଁ ଅନୁମତି ମିଳିନଥିଲା। ସିହ୍ନା ଗତକାଲି ଅପରାହ୍ନରେ ଅବସରପ୍ରାପ୍ତ ଏୟାର ମାର୍ସାଲ୍‌ କପିଲ କାକ୍‌ ଏବଂ ସାମାଜିକ କର୍ମୀ ସୁଶୋବା ଭାବେଙ୍କ ସହ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିଲେ। ସିହ୍ନାଙ୍କୁ ବିମାନବନ୍ଦରରେ ଦେଖିବା‌ ପରେ ଉପସ୍ଥିତ ଅଧିକାରୀମାନେ ତାଙ୍କୁ ସୁରକ୍ଷା ‌ଦେଇ ଭିଆ‌ଇପି ଲାଉଞ୍ଜ୍‌କୁ ନେଇଥିଲେ। ତେବେ ୮୧ ବର୍ଷୀୟ ସିହ୍ନାଙ୍କୁ ଅଧିକାରୀମା‌ନେ ଅତ୍ୟନ୍ତ ନମ୍ରତାର ସହ ଦିଲ୍ଲୀ ଫେରିଯିବାପାଇଁ କହିଥିଲେ। ସିହ୍ନା ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ସହ କେଉଁ ନିର୍ଦ୍ଦେଶ ବଳରେ ତାଙ୍କୁ ଦିଲ୍ଲୀ ଫେରିଯିବା ପାଇଁ କୁହାଯାଉଛି ବୋଲି ପଚାରିଥିଲେ। ତେବେ ସିହ୍ନାଙ୍କୁ ବୁଝାଇ ତାଙ୍କୁ ଦିଲ୍ଲୀ ଫେରାଇବାରେ ଅଧିକାରୀମାନେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର