କୋର୍ଟରେ ଆତଙ୍କବାଦୀ ୟାସିନ୍ ମଲ୍ଲିକ ଦୋଷୀ ସାବ୍ୟସ୍ତ, ୧୯ରେ ଦଣ୍ଡବିଧାନ

ନୂଆଦିଲ୍ଲୀ : କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ୨୦୧୭ ଆତଙ୍କବାଦ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଲଗାଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ, ଏକ ଆତଙ୍କବାଦୀ ସଂଗଠନର ସଦସ୍ୟ ହେବା, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଆଦି ବିଭିନ୍ନ ଅଭିଯୋଗ ଲଗାଯାଇଥିଲା । କୋର୍ଟରେ ଏ ସମସ୍ତ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଦିଲ୍ଲୀ କୋର୍ଟର ସ୍ବତନ୍ତ୍ର ଜଜ୍ ପ୍ରବୀଣ କୁମାର ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ସହ ଦଣ୍ଡ ଶୁଣାଇବେ । ଏସବୁ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ୟାସିନ ମଲ୍ଲିକ କୋର୍ଟରେ ଏସବୁ ଅଭିଯୋଗକୁ ସ୍ବୀକାର କରିଥିଲେ ।

କେବଳ ୟାସିନ ମଲିକ ନୁହେଁ, କୋର୍ଟରେ ଅନ୍ୟ କାଶ୍ମୀର ଆତଙ୍କବାଦୀ ଯେପରିକି ବିଟ୍ଟା କରାଟେ, ସବୀର ଶାହା, ୟୁସୁଫ ଶାହ, ଆଫତାବ ଅହମଦ ଶାହା, ଅଲତାଫ ଅହମ୍ମଦ ଶାହା ଆଦି ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେହିପରି ଲସ୍କର ପ୍ରତିଷ୍ଠାତା ହାଫଜ ସଇଦ, ହିଜବୁଲ ମୁଜାହିଦ୍ଦିନ ମହମ୍ମଦ ସଲାଉଦ୍ଦିନ ବିରୋଧରେ କୋର୍ଟରେ ଅଭିଯୋଗ ପତ୍ର ଦାଖଲ ହୋଇଛି ।

ସମ୍ବନ୍ଧିତ ଖବର