ନୂଆଦିଲ୍ଲୀ: ଏ କେମିତିକା ପ୍ରେମ, ଯାହା ଦେଶ ପ୍ରତି ନୁହେଁ ନିଜ ରାଜନୀତି ପ୍ରତି ବୋଲି ପୁଣି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଗୁରୁବାର ଦିନ ‘ବିଜେପି’ ନେତ୍ରୀ ସ୍ମୃତି ଇରାନୀ କହିଛନ୍ତି।

Advertisment

ରାହୁଲ୍‌ଙ୍କ ‘ମୋହବତ୍‌ କୀ ଦୁକାନ୍’ ମନ୍ତବ୍ୟ ଉପରେ ସନ୍ଦେହ ପ୍ରକାଶ କରି ସ୍ମୃତି ଇରାନୀ କହିଛନ୍ତି, ତାଙ୍କ ମୋହବତ୍‌ର (ପ୍ରେମ) ଅର୍ଥ କ’ଣ ହିନ୍ଦୁ ଜୀବନଯାପନ ପ୍ରଥା ପରିତ୍ୟାଗ କରିବା, ଶିଖ୍‌ମାନଙ୍କୁ ହତ୍ୟା କରିବା ଆଉ ଭାରତର ଗଣତନ୍ତ୍ରର କ୍ଷତି କରିବା ପାଇଁ ବିଦେଶୀ ହସ୍ତକ୍ଷେପ ଲୋଡ଼ିବା।

ଆପଣ ‘ମୋହବତ୍’ କଥା କହିବା ବେଳେ ସେଥିରେ ରାଜସ୍ଥାନରେ ମହିଳା ଅପହରଣ କଥା ରହୁନାହିଁ। ଆପଣ ‘ମୋହବତ୍’ କଥା କହିବା ବେଳେ କ’ଣ ହିନ୍ଦୁ ଜୀବନଧାରା ପରିତ୍ୟାଗ କଥା କହୁଛନ୍ତି। ଆପଣ କହୁଥିବା ‘ମୋହବତ୍’ ଅର୍ଥ କ’ଣ ଭାରତକୁ ସ୍ଥାଣୁ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହିତ ଭାଗିଦାରି କରିବା। ଆପଣ ‘ମୋହବତ୍’ କଥା କହିବା ଅର୍ଥ କ’ଣ ନିଜ ଗଣତନ୍ତ୍ର ବ୍ୟବସ୍ଥାରେ ବାହ୍ୟ ଦେଶର ହସ୍ତକ୍ଷେପ।

publive-image Image Courtesy of The Economic Times

ସୂଚନାଯୋଗ୍ୟ, ‘ଭାରତ ଯୋଡ଼ୋ ଯାତ୍ରା’ ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିବା ପରେ ରାହୁଲ୍‌ ଗାନ୍ଧୀ ‘ମୋହବତ୍‌ କୀ ‌ଦୁକାନ୍‌’ ପ୍ରସଙ୍ଗ ଉଠାଇଥିଲେ। ଏହାଛଡ଼ା, ୧୦ ଦିନିଆ ଆମେରିକା ଗସ୍ତ ସମୟରେ ବି ରାହୁଲ୍‌ ସେଠାରେ ‘ମୋହବତ୍‌ କୀ ‌ଦୁକାନ୍‌’ ନାମରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ।

ଏଥିରେ ରାହୁଲ୍‌ କହିଥିଲେ, ‘ବିଜେପି’ ଜନସାଧାରଣଙ୍କୁ ଧମକ ଦେବା ସହିତ ସରକାରୀ ଏଜେନ୍‌ସିମାନଙ୍କର ଅପବ୍ୟବହାର କରୁଛି। ଜନତାଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ସମସ୍ତ ମାଧ୍ୟମ ‘ବିଜେପି-ଆର୍‌ଏସ୍‌ଏସ୍‌’ ନିୟନ୍ତ୍ରଣରେ ରହିବାରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରାଯାଇଥିଲା।