ସୋସିଆଲ ମିଡିଆରେ ମୋଦୀଙ୍କ ଫଟୋକୁ ବିକୃତ କରି ଛାଡିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ବିକୃତ କରି ଛାଡିବା ଯୁବକଙ୍କୁ ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍ସଙ୍କୁ ଫେସବୁକରୁ ବର୍ଷେ ପାଇଁ ବାସନ୍ଦ କରାଯାଇଛି। ଏହି ବ୍ୟକ୍ତି ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବାର ପ୍ରମାଣ ମିଳେ ତାହେଲେ ତାଙ୍କ ଜାମିନ ଖାରଜ ହେବ ବୋଲି ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଜି. ଆର ସ୍ୱାମୀନାଥନ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଜବିନ ଚାଲର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବିକୃତ ଫଟୋ ଭାଇରାଲ କରିଥିଲେ। ଯଦିଓ ବିବାଦ ପରେ ତୁରନ୍ତ ସେ ନିଜର ପୋଷ୍ଟଟିକୁ ହଟାଇ ଦେଇଥିଲେ, କିନ୍ତୁ ବିବାଦ ତାଙ୍କ ପିଛା ଛାଡି ନଥିଲା । ବିଜେପି ନେତା ନନଜିଲ ରାଜା ତାଙ୍କ ବିରୋଧରେ ଏତଲା ଦେଇଥିଲେ । ଶେଷରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ବିକୃତ ଫଟୋ କରିବା ଠିକ୍‌ ନୁହେଁ ବୋଲି ସ୍ୱୀକାର କରିବା ସହିତ ଜବିନ ଚାଲର୍ସ କୋର୍ଟଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର