ନୂଆଦିଲ୍ଲୀ: ଆଜି ସୂର୍ଯ୍ୟୋପରାଗକୁ ନେଇ ସାରା ବିଶ୍ୱର ଲୋକମାନେ ଉତ୍ସାହିତ ଅଛନ୍ତି । ଏହା ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଏବଂ ଗତ ୫୪ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ସୂର୍ଯ୍ୟୋପରାଗ ହେବ। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟପରାଗ ରାତି ୯ଟା ୧୨ରୁ ବିଳମ୍ବିତ ରାତି ୨ଟା ୨୨ ପର୍ଯ୍ୟନ୍ତ ହେବ।
ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଉତ୍ତର ଆମେରିକାର କେତେକ ସ୍ଥାନରେ ଦୃଶ୍ୟମାନ ହେବ ଏବଂ ୪ ମିନିଟ୍ ୯ ସେକେଣ୍ଡ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧାର ରହିବ। ପୂର୍ବ ସୂର୍ଯ୍ୟପରାଗ ତୁଳନାରେ ଏହି ସମୟ ବହୁତ ଲମ୍ବା । ତେଣୁ ଏହି ସମୟରେ ନାସା ବୈଜ୍ଞାନିକମାନେ ମଧ୍ୟ ଅନେକ ଗବେଷଣା କରିବାକୁ ଯୋଜନା କରିଛନ୍ତି।
ଆମେରିକାର ବିଭିନ୍ନ ସହରରେ ସୂର୍ଯ୍ୟପରାଗକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି ଏବଂ ଲୋକମାନେ ଏହାକୁ ଦେଖିବା ପାଇଁ ଅନେକ ପ୍ରସ୍ତୁତି କରିଛନ୍ତି । ଆଜିର ସୂର୍ଯ୍ୟୋପରାଗ କାନାଡା, ଉତ୍ତର ଆମେରିକାଠାରୁ ଆରମ୍ଭ କରି ମେକ୍ସିକୋ ପର୍ଯ୍ୟନ୍ତ ଦେଖାଯିବ । କିନ୍ତୁ ୫ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସୂର୍ଯ୍ୟୋପରାଗ ଭାରତରେ ଦେଖିବାକୁ ମିଳିବ ନାହିଁ।