କଶ୍ମୀର ଗସ୍ତ ପ‌ରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ୟେଚୁରୀ

ନୂଆଦିଲ୍ଲୀ : ସିପିଆଇଏମ୍‌ ସାଧାରଣ ସଚିବ ସୀତାରାମ ୟେଚୁରୀ ଗତ ଅଗଷ୍ଟ ୨୯ ତାରିଖ‌ରେ କଶ୍ମୀର ଗସ୍ତ କରି ତାଙ୍କ ସହଯୋଗୀ ୟୁସୁଫ୍‌ ତରିଗାମୀଙ୍କୁ ଭେଟିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୟେଚୁରୀ ତାଙ୍କ ସହଯୋଗୀ ବନ୍ଧୁଙ୍କୁ ଭେଟିବାପରେ ତାଙ୍କ ସ୍ବା‌ସ୍ଥ୍ୟାବସ୍ଥା ସହ ଜମ୍ମୁ କଶ୍ମୀର ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ୟେଚୁରୀ ଏକ ବନ୍ଦ ଲଫାପାରେ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ରି‌ପୋର୍ଟରେ ତରିଗାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବି‌ସ୍ତୃତ ଭାବେ ଦର୍ଶାଯାଇଛି ଏବଂ ଏଥିସହ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ଆଣିବାର ଆବଶ୍ୟକତା ରହିଛି ବୋଲି ୟେଚୁରୀ କହିଛନ୍ତି। ଏଥିସହ କଶ୍ମୀର ସ୍ଥିତି ସମ୍ପର୍କରେ ସେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର