ଅସୁସ୍ଥ ସିଦ୍ଦରାମେୟଙ୍କୁ ହସ୍ପିଟାଲରେ ଭେଟିଲେ ୟେଦୁରପ୍ପା

ବେଙ୍ଗାଲୁରୁ : ଅଚାନକ ଅସୁସ୍ଥ ହୋଇ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଂଗ୍ରେସ ନେତା ସିଦ୍ଦରାମେୟାଙ୍କୁ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଭେଟିଛନ୍ତି। ୟେଦୁରପ୍ପା ଗ୍ରାମୀଣ ବିକାଶ ମନ୍ତ୍ରୀ କେ.ଏସ୍‌. ଈଶ୍ବରାପ୍ପାଙ୍କ ସହିତ ହସ୍ପିଟାଲ ଯାଇ ସିଦ୍ଦରାମେୟାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିଥିଲେ। ଉଭୟ ନେତା ବେଶ୍‌ ହସଖୁସିରେ କିଛି ମିନିଟ୍‌ କଥା ହୋଇଥିଲେ। ସିଦ୍ଦରାମେୟଙ୍କା ହୃଦ୍‌ଯନ୍ତ୍ରରେ ରକ୍ତ ସଂଚାଳନ ଠିକ୍‌ ଭାବେ ନହେବାରୁ ଏଞ୍ଜିଓପ୍ଲାଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର