ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଲାଗି ବିଧାନସୌଧରେ ପହଞ୍ଚିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା

ବେଙ୍ଗାଲୁରୁ: ଆଜି (ସୋମବାର) ବିଧାନସଭାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଲାଗି ବିଧାନସୌଧରେ ପହଞ୍ଚିଛନ୍ତି। ସେ ଏହାପୂର୍ବରୁ ଆଜି ସକାଳେ ଶ୍ରୀବାଲା ବେରା ଆଂଜନେୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରେ ବିଜୟୀ ହେବାଲାଗି ଭଗବାନଙ୍କର ଆଶୀର୍ବାଦ ନେଇଥିଲେ।


ତେଣେ ଆଜି ସକାଳେ କଂଗ୍ରେସ  ବିଧାୟକ ଦଳ ବୈଠକ ବି ଅନୁଷ୍ଠିତ ହୋଇଥିଲା।

ଗତକାଲି ବି.ଏସ୍.ୟେଦୁରପ୍ପା କହିଥିଲେ ଯେ ବିଧାନସଭାରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଶତ ପ୍ରତିଶତ ଆଶ୍ବସ୍ତ ଅଛନ୍ତି ଏବଂ ଏଥିରେ ସାମାନ୍ୟତମ ପ୍ରତିବନ୍ଧକ ନାହିଁ। ପୂର୍ବ କଂଗ୍ରେସ-ଜେଡିଏସ୍ ସରକାର ଦ୍ବାରା ପ୍ରସ୍ତୁତ ଅର୍ଥ ବିଲ୍କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି ମଧ୍ୟ କହିଥିଲେ। ଅର୍ଥ ବିଲ୍କୁ ତତ୍କାଳ ଗୃହୀତ କରାଇବା ଜରୁରୀ, ଅନ୍ୟଥା କର୍ମଚାରୀଙ୍କୁ ଦରମା ଦେବାପାଇଁ ମଧ୍ୟ ଟଙ୍କା ନେଇହେବ ନାହିଁ ବୋଲି ସେ କହିଥିଲେ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପରେ ପ୍ରଥମେ ଅର୍ଥ ବିଲ୍କୁ ଗୃହୀତ କରାଇବା ତାଙ୍କର ପ୍ରଥମ କାମ ବୋଲି ୟେଦୁରପ୍ପା କହିଥିଲେ।


ବିଧାନସଭା ବାଚସ୍ପତିଙ୍କୁ ବାଦ ଦେଇ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏବେ କେବଳ ୨୦୭ ବିଧାୟକ ଅଛନ୍ତି ଏବଂ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୦୪।

ସମ୍ବନ୍ଧିତ ଖବର