ୟେଦ୍ୟୁରାପ୍ପା ମୁଖ୍ୟମନ୍ତ୍ରୀ ହେବେ ବୋଲି ମାନସିକ କରି ଖାଲିପାଦରେ ବୁଲୁଥିଲେ ଏହି ବ୍ୟକ୍ତି

ବାଙ୍ଗାଲୁରୁ : ବିବାଦୀୟ ସ୍ଥିତିରେ ବିଜେପିର ବିଏସ ୟେଦ୍ୟୁରାପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିପାଇଁ ବିଜେପି କର୍ମୀମାନେ ତ ଖୁସିି ମନାଉଛନ୍ତି, କିନ୍ତୁ ଜଣେ ବ୍ୟକ୍ତି ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ସେ ହେଉଛନ୍ତି ଶିବକୁମାର ଆରାଧ୍ୟା । ପ୍ରାୟ ୫୩ ବର୍ଷ ବୟସ୍କ ଏହି ବ୍ୟକ୍ତି ଗତ ୯୬ ଦିନ ହେଲା ଖାଲି ପାଦରେ ବୁଲୁଥିଲେ । ଏପରିକି ପ୍ରବଳ ଖରାରେ ମଧ୍ୟ ସେ ଜୋତା ପିନ୍ଧିନାହାନ୍ତି । ସେ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ୟେଦ୍ୟୁରାପ୍ପା ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇନାହାନ୍ତି, ସେ ଜୋତା ବା ଚପଲ ପିନ୍ଧିବେ ନାହିଁ । ସେ ୟେଦ୍ୟୁରାପ୍ପାଙ୍କ ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା । ୟେଦ୍ୟୁରାପ୍ପାଙ୍କ ଗାଁ ବୁକାନାକେରେ ଠାରୁ ମାତ୍ର ୨୦ କିଲୋମିଟର ଦୂର କେରୁଗୋଡୁ ଗାଁରେ ତାଙ୍କ ଘର । ୟେଦ୍ୟୁରାପ୍ପା ମୁଖ୍ୟମନ୍ତ୍ରୀ ନ ହେଲା ପର୍ଯ୍ୟନ୍ତ ଖାଲି ପାଦରେ ବୁଲିବେ ବୋଲି ସେ ତାଙ୍କ ଗାଁର ପ୍ରତ୍ୟକ୍ଷ ଦେବୀ କାଳିମ୍ବାଙ୍କ ନିକଟରେ ମାନସିକ କରିଥିଲେ । କାଳିମାତା ଆଜି ତାଙ୍କ ଆଶା ପୂରଣ କରିବା ପରେ ସେ ଖୁସିରେ ଆତ୍ମହରା ହୋଇଯାଇନ୍ତି । ତେବେ ଆସ୍ଥାଭୋଟ ସଂପର୍କରେ ପଚାରିଲେ ସେ କହୁଛନ୍ତି ଯେ କଳିମାତା ଚମତ୍କାର କରି ବିଜେପିକୁ ଜିତାଇବେ । ଏଣୁ ଚିନ୍ତା ନାହିଁ । ଶିବକୁମାର ଦାବି କରିଛନ୍ତି ଯେ ଖୋଦ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ପ୍ରତିଜ୍ଞା ବିଷୟେରେ ଜାଣିଛନ୍ତି । ତାଙ୍କ ଅଂଚଳର ବିଜେପି ଏମପି ଶୋଭା କରାଞ୍ଜଲେ ତାଙ୍କୁ ନୂଆ ଜୋତା ହଳେ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ସମ୍ବନ୍ଧିତ ଖବର