କିନ୍ନୌର: ହିମାଚଳପ୍ରଦେଶ କିନ୍ନୌରରେ ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବରଫପାତ । ଛିତକୁଲରେ ୩ଫୁଟ ଉଚ୍ଚର ବରଫ ଜମିଥିବାବେଳେ ରିକଙ୍ଗପିଓ ଓ କଳ୍ପାରେ ଏକ-ଏକ ଫୁଟର ବରଫ ଜମିରହିଛି | ଗତ ୫ଦିନ ହେବ ହିମାଚଳପ୍ରଦେଶରେ ପାଗ ଖରାପ ରହିଛି । ପାହାଡିଆ ଅଂଚଳରେ ପ୍ରବଳ ବରଫ ବର୍ଷା ଲାଗିରହିଛି । ସବୁଆଡେ ଯେମିତି ଧଳା ଚାଦର ଘୋଡେଇ ହୋଇ ରହିଥିବା ପରି ମନେ ହେଉଛି । ଘରଦ୍ୱାର ଗଛଲତା ସବୁକିଛି ବରଫର ଆସ୍ତରଣରେ ରହିଛି । ସେପଟେ ବରଫବର୍ଷା ହେବା ପରେ ଶୀତର ମାତ୍ରା ବଢିଚାଲିଛି । ବରଫ ବର୍ଷା ହେଉଥିବାରୁ ବିଜୁଳି ସେବା ବି ପ୍ରଭାବିତ ହେଉଛି ।

Advertisment

publive-image

ଯାନବାହାନ ଚଳାଚଳ ପ୍ରଭାବିତ ହେଉଛି । ପାଖାପାଖି ୧୦ରୁ ଅଧିକ ବସ ରୁଟ ପ୍ରଭାବିତ ହୋଇଛି । ଶିମଲା-କାଜା ହାଇୱେରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଗତିକାଲି ରାତିରୁ ରିକଙ୍ଗପିଓ ଜିଲ୍ଲାରେ ପ୍ରବଳ ବରଫ ବର୍ଷା ଜାରି ରହିଛି । ଆଜି ସକାଳୁ ବି ସମାନ ଧରଣର ବରଫପାତ ହେଉଛି ।

ସେପଟେ ପରିସ୍ଥିତିକୁ ନଜରରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୮ ତାରିଖ ଯାଏଁଁ ଏଠାରେ ପାଗ ଖରାପ ରହିବ ବୋଲି ପୂର୍ବାନୁମାନ ରହିଛି । ଆଗାମୀ ଦୁଇ ଦିନ ପାଇଁ ଏଠାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ଏଠାରେ ତାପମାତ୍ରା ମାଇନସ ୧.୬ ଡିଗ୍ରୀ ରେକର୍ଡ କରାଯାଇଛି ।