ଭାରତର ଏହିଠାରେ ଆରମ୍ଭ ହେଲା ହଳଦିଆ ତରଭୁଜର ଚାଷ

ରାଞ୍ଚି: ଖରାଦିନରେ ଆପଣ ତରଭୁଜ ଖାଇବାକୁ ଖୁବ ପସନ୍ଦ କରୁଥିବେ | ତେବେ ତରଭୁଜର ଭିତର ପାର୍ଶ୍ୱ ଆପଣ ଲାଲ ରଙ୍ଗର ହିଁ ଦେଖିଥିବେ | ଯଦି ଆପଣଙ୍କୁ କୁହାଯିବ ଯେ ତରଭୁଜର ଭିତର ପାର୍ଶ୍ୱ ହଳଦିଆ, ଆପଣ ବିଶ୍ୱାସ କରିବେ ନାହିଁ | କିନ୍ତୁ ବାସ୍ତବରେ ଝାଡ଼ଖଣ୍ଡର ରାଞ୍ଚିରେ ଏବେ ହଳଦିଆ ତରଭୁଜର ଚାଷ ଆରମ୍ଭ ହୋଇଯାଇଛି |

ଝାଡ଼ଖଣ୍ଡ ରାଞ୍ଚିର ତରପାରେ ୧୫ ଜଣ ଚାଷୀ ଏକ ସଂସ୍ଥା ସହାୟତାରେ ହଳଦିଆ ତରଭୁଜର ଚାଷ କରୁଛନ୍ତି | ଏହି ତରଭୁଜକୁ ଆରୋହୀ କିସମର କୁହାଯାଉଥିବାବେଳେ ଏହାର ମଞ୍ଜି ତାଇୱାନରୁ ଆସିଛି | ଆଉ ଏଠାକାର ଚାଷୀ ତାଇୱାନରୁ ମଞ୍ଜି ମଗାଇକି ଜୈବିକ ଭାବରେ ଏହାର ଚାଷ କରୁଛନ୍ତି | ବଡ କଥା ଯେ ଚାଷୀମାନେ ଯେତେବେଳେ ଏହି ମଞ୍ଜି ଲଗାଇଥିଲେ ଫଳ ହେବ ନା ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ଥିଲେ |

Photo-Dainik Jagaran

ତେବେ ତରଭୁଜ ପାଚିବା ପରେ ଏମାନଙ୍କର ଖୁସି କହିଲେ ନସରେ | କାରଣ ନିଜ ଜମିରେ ହଳଦିଆ ରଙ୍ଗର ତରଭୁଜ ଦେଖିବାକୁ ଆଖପାଖର ଲୋକମାନେ ମଧ୍ୟ ଆସୁଛନ୍ତି | କୁହାଯାଉଛି ଯେ ଏହି ତରଭୁଜ ନାଲି ତରଭୁଜଠାରୁ ଅଧିକ ସ୍ୱାଦଯୁକ୍ତ ହୋଇଥିବାବେଳେ ଏଥିରେ ଅଧିକ ପୋଷାକ ତତ୍ୱ ରହିଛି | ଏହି ତରଭୁଜରେ ପ୍ରଚୁର ଭିଟାମିନ ସି ଓ ଭିଟାମିନ ଏ ରହିଛି |

ସମ୍ବନ୍ଧିତ ଖବର