ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼: ୫ ମୃତ, ୩୦ ଆହତ

ଆଡେନ : ଗତ ବୁଧବାର ରାତିରେ ମାରିବ ସହରରେ ହାଉତି ବିଦ୍ରୋହୀଙ୍କ ଦ୍ବାରା ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ଉକ୍ତ ଆକ୍ରମଣ ଅଲ-ମାତର ଅଞ୍ଚଳରେ ଥିବା ଏକ ସାମରିକ କୋଠା ନିକଟରେ ହୋଇଛି। ଗତବର୍ଷଠାରୁ ଏହି ସ୍ଥାନ ଇରାନୀ ହାଉତିଙ୍କ ଯୁଦ୍ଧର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ କିଛି ସପ୍ତାହ ହେଲା ହାଉତିମାନେ ସାଉଦି ଆରବରେ କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ ଜାରି ରଖିଛନ୍ତି। ଏଥିରେ ପ୍ରାୟ ୯୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର