ୟେସ୍‌ ବ୍ୟାଙ୍କ୍‌ ସଙ୍କଟ: ସମ୍ପ୍ରତି ପ୍ରଶାସକ ଥିବା ପ୍ରଶାନ୍ତ କୁମାର ନୂତନ ଏମ୍‌ଡି ଏବଂ ସିଇଓ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ସମ୍ପ୍ରତି (ୟେସ୍‌ ବ୍ୟାଙ୍କ୍‌ର) ପ୍ରଶାସକ ଥିବା ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କ୍‌ର ନୂତନ ଏମ୍‌ଡି ଏବଂ ସିଇଓ ଭାବେ ନିଯୁକ୍ତ କରାଯାଇଥିବା କଥା ଶନିବାର ଦିନ ସରକାର ଏକ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି। ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ପୂର୍ବତନ ଅଧ୍ୟକ୍ଷ ୟେସ୍‌ ବ୍ୟାଙ୍କ୍‌ର ନନ୍‌ ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ଭାବେ ନିଯୁକ୍ତି ପାଇବାକୁ ଥିବାବେଳେ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଳ ଭେଦା ଏହାର ଦୁଇଜଣ ସ୍ୱାଧୀନ ନିର୍ଦେଶକ ଭାବେ ନିଯୁକ୍ତି ପାଇବେ।

Image Source: The Hindu

ମାର୍ଚ ୧୮ ତାରିଖ ସନ୍ଧ୍ୟା ୬ଟା ଠାରୁ ୟେସ୍‌ ବ୍ୟାଙ୍କ୍‌ରୁ ଟଙ୍କା ଉଠାଣ ଉପରେ ଲାଗୁ ହୋଇଥିବା କଟକଣା ମଧ୍ୟ ଉଠାଇ ନିଆଯିବ। ଏହା ହେଉଛି ଅସୁବିଧାରେ ସମ୍ମୁଖୀନ ହୋଇଥିବା ବ୍ୟାଙ୍କ୍‌ ଏବଂ ଜମାକାରୀମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ହେଉଥିବା ପ୍ରକ୍ରିୟାର ଅଂଶବିଶେଷ।

ଜମାକାରୀମାନେ ଏପ୍ରିଲ୍‌ ୩ ତାରିଖ ଯାଏଁ ୟେସ୍‌ ବ୍ୟାଙ୍କ୍‌ରୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି ମାର୍ଚ ୫ ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କଟକଣା ଜାରି କରିଥିଲା।

ସମ୍ବନ୍ଧିତ ଖବର