ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ଏବେ ବିଦେଶ ଗସ୍ତ କରିଥିବା ବେଳେ ସେଠାରେ ସେ ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ। ଆଜି ଏହାର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଏହାକୁ ଅହଙ୍କାର ନୁହେଁ ଆତ୍ମବିଶ୍ବାସ କୁହନ୍ତି।
ମେ ୨୦ରେ, ରାହୁଲ ଗାନ୍ଧୀ ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ୟୁରୋପର ଅନେକ ଅମଲାତନ୍ତ୍ର ତାଙ୍କୁ କହିଥିଲେ ଯେ ଭାରତୀୟ ବୈଦେଶିକ ସେବା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ରାହୁଲ କହିଥିଲେ ଯେ, ସେମାନେ ଅହଂକାରୀ, ସେମାନେ କିଛି ଶୁଣନ୍ତି ନାହିଁ। ବର୍ତ୍ତମାନ ସେମାନେ କେବଳ ଆମକୁ ପାଉଥିବା ଆଦେଶ ବିଷୟରେ କହୁଛନ୍ତି।
Yes, the Indian Foreign Service has changed.
Yes, they follow the orders of the Government.
Yes, they counter the arguments of others.
No, its not called Arrogance.
It is called Confidence.
And it is called defending National Interest. pic.twitter.com/eYynoKZDoW
— Dr. S. Jaishankar (@DrSJaishankar) May 21, 2022
ରାହୁଲ ଏଭଳି କହୁଥିବାର ଭିଡିଓ ଟ୍ବିଟ କରି ଏସ ଜୟଶଙ୍କର କହିଛନ୍ତି ଯେ, ହଁ, ଭାରତୀୟ ବୈଦେଶିକ ସେବାରେ ପରିବର୍ତ୍ତନ ଆସିଛି। ଏବେ ଭାରତୀୟ ବୈଦେଶିକ ସେବା ସରକାରଙ୍କ ଆଦେଶ ପାଳନ କରୁଛନ୍ତି। ସେମାନେ ଅନ୍ୟମାନଙ୍କ ଯୁକ୍ତିକୁ ବିରୋଧ କରନ୍ତି। ଏହାକୁ ଅହଂକାର କୁହାଯାଇପାରିବ ନାହିଁ। ଏହା ହେଉଛି ଆତ୍ମବିଶ୍ୱାସ। ଏହାକୁ ଜାତୀୟ ସ୍ୱାର୍ଥର ସୁରକ୍ଷା ବୋଲି କୁହାଯାଏ।
ତେବେ ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିବା ସହ କଂଗ୍ରେସକୁ ମୁଁ ‘ବିଗ୍ ଡାଡି’ (ଅଗ୍ରଣୀ ଦଳ) ଦୃଷ୍ଟିରେ ଦେଖେ ନାହିଁ। ଅନ୍ୟ ବିରୋଧୀ ଦଳଙ୍କ ଅପେକ୍ଷା କଂଗ୍ରେସ କୌଣସି ଗୁଣରେ ଉନ୍ନତ ନୁହେଁ ବୋଲି ଲଣ୍ଡନ୍ସ୍ଥିତ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ଆଇଡିଆଜ୍ ଫର୍ ଇଣ୍ଡିଆ’ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଥିଲେ।