କୋଲକାତା : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ଡ. ଅଞ୍ଜଳି ଚାଟାର୍ଜୀ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ, କୋଲକାତା ପକ୍ଷରୁ ‘ରାଷ୍ଟ୍ରୀୟ ପୋଷଣ ମାସ-୨୦୨୧’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ମହିଳାଙ୍କ ପାଇଁ ଯୋଗ’ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଥିଲା। ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ଼ଙ୍କ ତତ୍ତ୍ବାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ଯୋଗ ଯଥା ରଜପ୍ରାପ୍ତିରୁ ରଜ ନିବୃତ୍ତି ପର୍ଯ୍ୟନ୍ତ, ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ଥିତି, ଆବଶ୍ୟକ ଖାଦ୍ୟପେୟ, ଭିଟାମିନ୍ ଓ ଯୋଗ ତଥା ପ୍ରାଣାୟାମ ଆଦି ସଂପର୍କରେ ଶିକ୍ଷା ଦିଆଯାଇଥିଲା। ସାତ୍ତ୍ୱିକ ଭୋଜନ, ଉପଯୁକ୍ତ ବ୍ୟାୟାମ ଏବଂ ବିଶ୍ରାମ ଦ୍ବାରା ସମସ୍ତେ ନିରୋଗ ତଥା ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରିବେ ବୋଲି ଶ୍ରୀ ମହାକୁଡ଼ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସୁରାୟା ପ୍ରବୀନ, ଡ. ସୁନୀଲ ରାମଟେକେ ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ମଧୁମିତା ସାଧୁଖାନ ଓ ଡ. ପାର୍ଥସାରଥି ଚକ୍ରବର୍ତ୍ତୀ ଧନ୍ୟବାଦ ଦେଇଥିଲେ।
ମହିଳାଙ୍କ ପାଇଁ ଯୋଗଶିକ୍ଷା କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2019/09/yoga-b1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)