ନୂଆଦିଲ୍ଲୀ: ଆଜି ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ "ବିରାମ ବଟନ୍’’ ବା ‘‘ପଜ୍ ବଟନ୍’’। ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ"
ବିଶାଖାପାଟଣାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ସର୍ବେ ଭବନ୍ତୁ ସୁଖିନଃ (ସମସ୍ତେ ଖୁସି ହୁଅନ୍ତୁ) - ଆମେ ଏହି ଚିନ୍ତାଧାରା ଦ୍ୱାରା ବଞ୍ଚିବା ଉଚିତ, କାରଣ ଏହା ଏକ ଶାନ୍ତିପୂର୍ଣ୍ଣ ସମାଜ ଆଡକୁ ନେଇଯାଏ। ଦୁର୍ଭାଗ୍ୟବଶତଃ, ଆଜି ବିଶ୍ୱ ବ୍ୟାପକ ହିଂସା ଏବଂ ଅଶାନ୍ତି ଦେଖୁଛି।
ପ୍ରଧାନମନ୍ତ୍ରୀ ବିଶାଖାପାଟଣାର ନିର୍ଦ୍ଧାରିତ ସ୍ଥାନରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ, ଯାହା 'ଯୋଗ ସଙ୍ଗମ' ପଦକ୍ଷେପ ଅଧୀନରେ ଦେଶର ୧୦ ଲକ୍ଷରୁ ଅଧିକ ସ୍ଥାନ ସହିତ ସମନ୍ୱୟ ରକ୍ଷା କରିବ । ଏହି ସାମୂହିକ ପ୍ରଦର୍ଶନ ସକାଳ ୬ ଟା ୩୦ ମିନିଟ୍ରୁ ସକାଳ ୭ ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥିରେ ଦେଶର ସମସ୍ତ କୋଣ-ଅନୁକୋଣରୁ ଅଭୂତପୂର୍ବ ସମାବେଶର ଆଶା କରାଯାଉଛି।
ଏକ ଅଭୂତପୂର୍ବ ସମାବେଶରେ, ରାଜ୍ୟର ୧ ଲକ୍ଷରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଲୋକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଆନ୍ଧ୍ରପ୍ରଦେଶ ସରକାର ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି। ଏହା ସହିତ, ଆନ୍ଧ୍ରପ୍ରଦେଶ ସରକାର ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କୁ ୫୦ ଲକ୍ଷରୁ ଅଧିକ ଯୋଗ ପ୍ରମାଣପତ୍ର ପ୍ରଦାନ କରିବେ, ଯାହା ଅନ୍ତର୍ଜାତୀୟ ଯୋଗ ଦିବସର ଏହି ଦଶନ୍ଧି ସଂସ୍କରଣକୁ ଭାରତର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଯାତ୍ରାରେ ଏକ ପ୍ରକୃତ ଐତିହାସିକ ମୁହୂର୍ତ୍ତ ଭାବରେ ପରିଗଣିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/21/new-project-3-2025-06-21-09-09-05.jpg)