ଲକଡାଉନ ନିୟମ ଭାଙ୍ଗିବାରୁ ରାସ୍ତା ଉପରେ ଯୋଗ କରାଇଲା ପୁଲିସ

ବାଙ୍ଗାଲୋର: ସରକାରଙ୍କ ବାରମ୍ବାର ଅନୁରୋଧ ପରେ ବି ଲକଡାଉନକୁ ନ ମାନିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନ | ଅମାନିଆଙ୍କୁ ବାଟକୁ ଆଣିବାକୁ ପୁଲିସ ଏକ ନୂଆ ବାଟ ଆପଣାଇଛି | ରାସ୍ତାରେ ମନଇଚ୍ଛା ବୁଲୁଥିବା କିଛି ବ୍ୟକ୍ତିଙ୍କୁ ରାସ୍ତା ଉପରେ ହିଁ ଯୋଗ କରାଇଛି କର୍ଣ୍ଣାଟକ ପୁଲିସ | ମିଳିଥିବା ସୂଚନା ମୁତାବକରେ କର୍ଣ୍ଣାଟକରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଲକଡାଉନକୁ କଡାକଡି କରିଛି ପୁଲିସ | ତେବେ କର୍ଣ୍ଣାଟକର କଲାବୁରଗିରେ ଲୋକଙ୍କୁ ଘରେ ରହିବାକୁ ପୁଲିସ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ କହୁଥିବାବେଳେ କୌଣସି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛି |

ପୁଲିସର ବାରମ୍ବାର କହିବା ପରେ ବି କିଛି ବ୍ୟକ୍ତି ମନଇଚ୍ଛା ରାସ୍ତାରେ ବୁଲୁଥିଲେ | ଏହା ପରେ ପୁଲିସ ଏମାନଙ୍କୁ ଧରି ରାସ୍ତା ଉପରେ ଯୋଗ ଓ ପ୍ରାଣାୟାମ କରାଇଛି | ପାଖାପାଖି ୧୦ ଜଣାରୁ ଅଧିକ ଲୋକଙ୍କୁ ଅଟକ ରଖି ପୁଲିସ ରାସ୍ତାରେ ଯୋଗ କରାଇଥିଲା |

Photo-ANI

ଏହା ପରେ ଏହି ବ୍ୟକ୍ତିମାନଙ୍କୁ କ୍ୟାଣ୍ଡେଲ ବାଣ୍ଟିଥିଲା | ଆସନ୍ତା ରବିବାର ଦିନ ରାତି ୯ ଟା ସମୟରେ ଲୋକମାନେ ନିଜର ଘରର ଆଲୋକ ଲିଭାଇ ମହମବତୀ, ଦୀପ ଆଦି ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ମୋଦୀଙ୍କ ଆହ୍ୱାନ କ୍ରମେ କ୍ୟାଣ୍ଡେଲ ଜାଳିବାକୁ ପୁଲିସ ପରାମର୍ଶ ଦେଇଥିଲା |

ସମ୍ବନ୍ଧିତ ଖବର